
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାଠାରେ ରବିବାର ମାରୱାଡି ଯୁବାମଞ୍ଚର ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଗର୍ଗ, ମହିଳା ସମିତି ସଭାପତି କ୍ରିଷ୍ଣା ଦେବୀ ଅଗ୍ରୱାଲ ଓ ସମ୍ପାଦିକା ଏନି ଅଗ୍ରୱାଲ ଯୋଗଦେଇଥିଲେ । ଅତିଥି ମାନେ ନୂତନ ଭାବରେ ନିର୍ବାଚିତ ହୋଇଥିବା ଯୁବାମଞ୍ଚର ପୁରା ଟିମକୁ ଉତ୍ସାହିତ କରିବା ସହ ଆଗକୁ କେମିତି ସମାଜର ଉନ୍ନତି ହେବ ସେ ନେଇ ନିଜ ନିଜ ଅଭିଭାଷଣ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ମାରୱାଡି ଯୁବାମଞ୍ଚର ସଭାପତି ନିତିନ ଅଗ୍ରୱାଲ, ଉପ ସଭାପତି ପ୍ରଭାତ ଅଗ୍ରୱାଲ, ସମ୍ପାଦକ ଆଶିଷ ଅଗ୍ରୱାଲ, ସହ ସମ୍ପାଦକ ଅତୁଳ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଅମିତ କୁମାର ଗର୍ଗ ଓ ଅନ୍ୟ ବିଭାଗର ସଦସ୍ୟମାନଙ୍କୁ ଫୁଳ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ୪୫ ବର୍ଷରୁ ଅଧିକ ଥିବା ଯୁବା ମଞ୍ଚର ପୂର୍ବତନ ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ, ୧୮ ବର୍ଷର ଅଧିକ ଥିବା ନୂତନ ସଦସ୍ୟଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭଜନ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଆଶିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାରୱାଡି ସମାଜ, ମହିଳା ସମିତି ଓ ଯୁବାମଞ୍ଚର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।