
- ବିଧାୟକଙ୍କ ଦ୍ଵାରା ନୂତନ ରାସନ କାର୍ଡ ବଣ୍ଟନର ଶୁଭାରମ୍ଭ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଗୁରୁବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟଆରମ୍ଭ ପୂର୍ବରୁ ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ମୃତ ୨୭ଜଣ ନିରୀହ ପର୍ଯ୍ୟଟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବିଡ଼ିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ତଥା ବିପିଏମ ଡ ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ,ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ସଦର ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଓ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବିଧାୟକ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୯୦୬୦ଟି ପରିବାର/କାର୍ଡର ୯୨୮୭୫ ସଦସ୍ୟଙ୍କୁ ୫କେଜି ଲେଖାଏଁ ଓ ୪୨୩୩ଟି ଅନ୍ତୋଦୟ ପରିବାର/କାର୍ଡର ୧୦୯୮୩ ସଦସ୍ୟଙ୍କୁ ୩୫କେଜି ଲେଖାଏଁ ମୋଟ ୩୩୨୯୩ଟି କାର୍ଡରେ ୧୦୩୮୫୮ପରିବାର ସଦସ୍ୟଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୬୧ଟି ପରିବାର/କାର୍ଡର ୨୭୧୧ ପରିବାର ସଦସ୍ୟଙ୍କୁ ୫କେଜି ଲେଖାଏଁ ଖାଦ୍ୟ ଶସ୍ୟ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ବ୍ଲକରେ ଆହୁରି ୩୪ଶହରୁ ଅଧିକନୂତନ ରାସନ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ଅବସରରେ ବିଧାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକର ଟୁପାଉଡାର, ସିରୋଲ, ତେନ୍ତୁଳିଖୁଣ୍ଟି, ବାଙ୍କେଲ, ମାଳିଶିରା ଓ ପତ୍ରାପାଲି(ଖ) ପଞ୍ଚାୟତର ୨୦ଜଣ ନୂତନ ହିତାଧିକାରୀ ମହିଳାଙ୍କୁ ରାସନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ବ୍ଲକ ଯୋଗାଣ ନିରୀକ୍ଷକ ଅବିନାଶ ବିଶିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏଇଇ ଅବିନାଶ ମୁଦି, ଜିପିଡିଓ ଗଙ୍ଗାଧର ଛତର, ସେକ୍ସନ ଅଫିସର ରାଜେନ୍ଦ୍ର ନାଏକ, ରମେଶ ଚନ୍ଦ୍ର ଛୁରା, ଡିଇଓ ହରିହର ବାଗଙ୍କ ସହ ବ୍ଲକର ସମସ୍ତ ଯୋଗାଣ ସହାୟକ, ଏମବିକେ, ସିଆରପି ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ଶ୍ରୀମତୀ ସେଠୀ ଧନ୍ୟବାଦ ଦେଇଥିଲେ ।