ପଦ୍ମପୁର ଲାୟନ୍ସ ଭବନରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନରେ ପ୍ରୀତମ ମେହେରଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଦ୍ୱାଦଶ ପ୍ରଧାନ ସଂଯୋଜନା କରିଥିବା ବେଳେ ବିନୋଦ ବିହାରି ମିଶ୍ର ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଦୀପ ଅଗ୍ରୱାଲ ଯୋଗଦେଇ ନବ ନିଯୁକ୍ତ ସଭାପତି ପ୍ରୀତମ ମେହେର, ସମ୍ପାଦକ ସୌମ୍ୟାଜିତ ପାଢ଼ୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ଓ ନୂତନ କର୍ମକର୍ତ୍ତାଙ୍କୁ ଲାୟନ୍ସ ଚିତ୍ତ ରଞ୍ଜନ ଦାଶ ଶପଥ ପାଠ କରାଇ ଥିଲେ । ଲାୟନ୍ସ ବେଣୁମାଧବ ଦୋରା, ରାଧା ମାଧବ ଦୋରା, ବିଷ୍ଣୁ ନାରାୟଣ ଦୋରା, ସନ୍ତୋସିନୀ ରଥ, ହିମାଂଶୁ ଶେଖର ଯୋଶୀ, ସୁନିଲ ଅଗ୍ରୱାଲ, ଭାରତୀ ପଟ୍ଟନାୟକ, ଶାଶ୍ୱତ ଦାସ, ହରିବୋଲ ସାହୁ, ଶ୍ରୀକାନ୍ତ ମିଶ୍ର, ହରିବୋଲ ସାହୁଙ୍କ ସମେତ ପାଇକମାଲ, ଦୀପ୍ତିପୁର, ପାଟଣାଗଡ଼ର ପ୍ରମୁଖ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟ ଅତିଥି ପ୍ରଦୀପ ଅଗ୍ରୱାଲଙ୍କ ସିଲେଇ ତାଲିମ କେନ୍ଦ୍ର ସକ୍ଷମ ଦିଦିର ଉଦଘାଟନ କରାଯାଇଥିଲା । ଶେଷରେ ସମ୍ପାଦକ ସୌମ୍ୟଜିତ ପାଢ଼ୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.