oom

ଗଞ୍ଜାମ ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା କୌଶଳ ଦିକ୍ଷାନ୍ତ ସମାରୋହ ଆୟୋଜିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗଞ୍ଜାମ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ କୌଶଳ ଦିକ୍ଷାନ୍ତ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଏନ୍‌.ଏ.ସି.ର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଏନ.ଏ.ସି.ର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ଯୋଗଦେଇ ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ତାଲିମପ୍ରାପ୍ତ ହୋଇଥିବା ୧୨୦ ଜଣ ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ପ୍ରାଦନ କରିଥିଲେ । ଏଥିସହ କୃତକାର୍ଯ୍ୟ ହୋଇଥିବା ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ସେମାନଙ୍କର ଦକ୍ଷତା ଦିଗରେ ଏବଂ ପାରଦର୍ଶିତା ଉପରେ ଆଲୋକପାତ କରିଥିଲେ । ଏହା ସହ କୁକଡାଖଣ୍ଡି, ଦିଗପହଣ୍ଡି ଓ ହିଂଜିଳିକାଟୁ ଅଂଚଳରୁ ଆସିଥିବା ୯୬ ଜଣ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ ରେ ଉପକୃତ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏକ ଭିଡିଓ ବାର୍ତ୍ତା ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତି ଛାତ୍ରୀଛାତ୍ରଙ୍କୁ ଏକ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ । ଊକ୍ତ କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ ବିଶ୍ୱାଳ ପରିଚାଳନା କରିଥିଲେ । ଏଥିରେ ସଂସ୍ଥାନର ମିଟୁ ସାହୁ, ଶୁଭେନ୍ଦୁ ଦାସ, ସୁଜାତା ମହାରଣା ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.