ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସ୍ଥାନୀୟ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ପ୍ରାଙ୍ଗଣରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ସମ୍ମାନାର୍ଥେ ଏକ ଭବ୍ୟ ସଭାକାର୍ଯ୍ୟ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘାସିରାମ ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ କୁମୁଦ ଚରଣ ପୂଜାରୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ହୋତା, ପରିଚାଳନା କମିଟି ସଭ୍ୟବୃନ୍ଦ ମଂଚାସୀନ ହୋଇ ବିଦାୟୀ ଶିକ୍ଷକ ଶ୍ରୀ ପୂଜାରୀଙ୍କ ସେବା ସମର୍ପଣ ଓ କର୍ତ୍ତବ୍ୟନିଷ୍ଠା ବିଷୟରେ ଆବେଗିକ ବକ୍ତବ୍ୟ ରଖିଥିଲେ । ନିମନ୍ତ୍ରିତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ଏଥିରେ ଯୋଗଦାନ କରି ସ୍ୱକୀୟ ବକ୍ତବ୍ୟ କ୍ରମରେ ଶ୍ରୀ ପୂଜାରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ପୂଜାରୀଙ୍କୁ ମଂଚାସୀନ ଅତିଥି ବୃନ୍ଦ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପୂଜାରୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କୁ ପ୍ରଧାନ ଶିକ୍ଷକ କାର୍ଯ୍ୟଭାର ଅର୍ପଣ କରିଥିଲେ ଓ ଭାବବିହ୍ୱଳ ବିଦାୟୀ ଅଭିିଭାଷଣ ପ୍ରଦାନ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ପୂରାତନ ଛାତ୍ରଛାତ୍ରୀ ତଥା ମାୟାବର୍ହା ଗ୍ରାମବାସୀ ବୃନ୍ଦ ଶ୍ରୀ ପୂଜାରୀଙ୍କୁ ଗ୍ରାମ ପରିକ୍ରମାରେ ନେଇ ବିଦାୟ ସମ୍ବର୍ଦ୍ଧନା ଦେବା ସହିତ ଏକ ଭବ୍ୟ ପଟୁଆରରେ ଶ୍ରୀ ପୂଜାରୀଙ୍କ ପୈତୃକ ଗ୍ରାମ ସତଲମାକୁ ପାଛୋଟି ନେଇଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସଭା ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷକ ଦିନବନ୍ଧୁ ପଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିିଥିବା ବେଳେ ଅତିିଥି ଶିକ୍ଷକ ଗୋପାଳ ସାହୁୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ, ମୋ’ ସ୍କୁଲ ଅଭିଯାନର ସଭାପତି ସତ୍ୟନାରାୟଣ ପଧାନ, ସଂଜୀବ କୁମାର ପୂଜାରୀ, ମୀନକେତନ ଦାଶ, ବିଭୀଷଣ ଖାମାରି, କିଶୋର ଚନ୍ଦ୍ର ପୁଟେଲ, ବନାମାଳୀ ସାହୁ, ପ୍ରଦୀପ ଭୋଇ, ତପସ୍ୱିନୀ ଦାଶ, ପ୍ରଭାସିନୀ ଦାଶ, ସତ୍ୟ ଖମାରୀ, କିରନ ପୁଟେଲ, ସ୍ନିଗଧା ପ୍ରଧାନ, ସମୀର ପଧାନ, ଶୁଭେନ୍ଦୁ ନାୟକ, ସୁନିଲ ପଧାନ, ଉମାକାନ୍ତ ଯୁଆଡି, ଗଜାନନ ପଧାନ, ସଂଜୀବ ଖମରୀ, ରାଧାକାନ୍ତ ଯୁଆଡି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
Prev Post