ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜାନୁଆରୀ ୨ ତାରିଖରେ ଓଡ଼ିଶା ଆଗମନ କରିଥିଲେ । ଧର୍ମ ସଂସ୍କାର ଗଠନ ଦିଗରେ ଠାକୁରଙ୍କ ଆଲୌକିକ ମହିମା ପ୍ରଚାରରେ ଉତ୍କଳ ଆଗମନ କରିବାର ଶତବାର୍ଷିକୀ ପୂର୍ତ୍ତି ହୋଇଛି । ଏହି ଅବିସ୍ମରଣୀୟ ଦିବସକୁ ଶତବାର୍ଷିକୀ ପୂର୍ତ୍ତି ମହୋତ୍ସବ ପାଳନ ଅବସରରେ ପୁରୀ ଶ୍ରୀକ୍ଷେତ୍ର ଧାମରେ ଥିବା ଠାକୁରଙ୍କ ଆଶ୍ରମ ସତସଙ୍ଘ ବିହାର ପରିସରରେ ଚଳିତ ଜାନୁଆରୀ ୮ ତାରିଖରେ ଏକ ଜାତୀୟ ସ୍ତରର ଧର୍ମ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶାଳ ବର୍ଣ୍ଣାଢ୍ୟପୂର୍ଣ୍ଣ ଆଧ୍ୟାତ୍ମିକ ସମାବେଶରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାବେଶ ହେଉଥିବା କୁହାଯାଏ । ଏହି ଉପଲକ୍ଷେ ଛତ୍ରପୁରସ୍ଥ ଠାକୁରଙ୍କ ଶ୍ରୀମନ୍ଦିର ଅବା ସତସଙ୍ଘ ବିହାର ପରିସରରେ ଏକ ସତସଂଘ ସାମାରୋହ ଅନୁଷ୍ଠିତ ହୋଇ ଠାକୁରଙ୍କ ଉତ୍କଳ ଆଗମନର ସ୍ମୃତିଚାରଣ କରାଯାଇଛି । ପରେ ପରେ ଜଗନ୍ନାଥ ଧାମକୁ ସବୁ ଆଶ୍ରମର ଶାଖା ପକ୍ଷରୁ ସାମୂହିକ ସହଯୋଗ ନିମନ୍ତେ ଏକ ପ୍ରସ୍ତୁତି ଆଲୋଚନା ହୋଇଥିଲା । ପରେ ଆନନ୍ଦ ବଜାର ସାରି ସମସ୍ତେ ଘରକୁ ଫେରିଥିଲେ ।
Next Post