କୃଷ୍ଣଚନ୍ଦ୍ରନଗରତିହରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଧୀନସ୍ଥ କୃଷ୍ଣଚନ୍ଦ୍ରନଗରଢ଼ିହ ରାଜନଗର ସାହିରେ ଠାକୁର ଶ୍ରୀ ଶ୍ରୀ ଅନୂକୁଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟା ସମୟରେ କୃଷ୍ଣଚନ୍ଦ୍ରନଗରଢ଼ିହ ଗ୍ରାମର ରାଜନଗର ସାହି କୋଠ ଗୃହ ପ୍ରାଙ୍ଗଣରେରେ କୃଷ୍ଣଚନ୍ଦ୍ର ସାହୁ ଓ ଶିବରାମ ସାହୁଙ୍କ ତତ୍ତ୍ୱାବଧାନରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହରେ ରୀତିକ ଭାବେ ସି.ଏଚ. ପ୍ରକାଶ ରାଓ, ହରିରାମ ରାଉଳ ଯୋଗ ଦେଇ ଠାକୁରଙ୍କ ଭାବ ଧାରା ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ଚନ୍ଦ୍ର ଶେଖର ଶତପଥୀ, ତାରିଣୀ ବିଷୋୟୀ, ଶିବ ରାମ ସାହୁ ପ୍ରମୁଖ ଠାକୁରଙ୍କ ଭଜନ କୀର୍ତ୍ତନ କରି ପ୍ରାର୍ଥନାରେ ସକ୍ରିୟ ସହଯୋଗ କରିଥିଲେ ଏବଂ ସତସଙ୍ଗ ଗୁରୁ ଭାଇ ଭଉଣୀମାନେ ନିଜ ନିଜର ପରିବାରମାନଙ୍କୁ ଆରୋଗ୍ୟ କାମନା କରିଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମକୁ ତାରିଣୀ ଚରଣ ମିଶ୍ର, ଚରଣ ସାହୁ, ଫକୀର ଚରଣ ସାହୁ ଓ ସହପରିବାର ସଦସ୍ୟମାନେ ସହଯୋଗ କରିଥିଲେ । ପରେ ଭକ୍ତମାନେ ଠାକୁରଙ୍କ ଆନନ୍ଦ ବଜାରରେ ସାମିଲ ହୋଇ ସଭିଏଁ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.

error: Content is protected !!