ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ୍ କ୍ଲବର ସଦସ୍ୟ, ଶିକ୍ଷାବିତ୍ ଓ ସାହିତ୍ୟିକ, କବି ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ଦ୍ୱାଦଶାହ ସମାରୋହ ଶୁକ୍ରବାର ଛତ୍ରପୁର ସ୍ଥିତ ଗୌରୀଶଙ୍କର କଲ୍ୟାଣ ମଣ୍ଡପଠାରେ ଏକ ସ୍ମୃତି ସଭା ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ଅଧ୍ୟକ୍ଷତା କରିଥିଲେ । ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ, ଶିକ୍ଷାବିତ୍, ଆଇନଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପିଡିଡୁଡା ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବ୍ରହ୍ମପୁର କେ.ସି. ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ପଣ୍ଡା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ, ବରିଷ୍ଠ ଶିକ୍ଷାବିତ୍ ନିରଞ୍ଜନ ତ୍ରିପାଠୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଛତ୍ରପୁର ବିଜେଡି ନଗର ସଭାପତି ବି.ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଜୁପିଟର ଅନୁଷ୍ଠାନର ମୁଖ୍ୟ ସୁଧିର କୁମାର ସାହୁ, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଯୁବ ବିଜେଡ଼ି ନେତା କାହ୍ନୁ ଚରଣ ବେହେରା, ଯଶୋଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ପ୍ରେସ୍ କ୍ଲବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢୀ, ଉପସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, କ୍ଷୀରୋଦ ଚନ୍ଦ୍ର ସାହୁ, କ୍ଷେତ୍ରବାସୀ ସାହୁ, ସନ୍ତୋଷ କୁମାର ମିଶ୍ର, ଅଶୋକ ରଥ, ସନ୍ତୋଷ କୁମାର ସାହୁଙ୍କ ସମେତ ବହୁ ଗଣମାଧ୍ୟମ ବ୍ୟକ୍ତି, ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ପରିବାର ବର୍ଗଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସମସ୍ତେ ସ୍ୱର୍ଗତ ପଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସତ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।