୧୯୭୬ ମେଟ୍ରିକୁଲେସନ ବେଚ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗିର ସୁବର୍ଣ୍ଣ ଜୟନ୍ତି ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେଟ୍ରିକୁଲେସନ ବ୍ୟାଚ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗିରର ସୁବର୍ଣ୍ଣ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲର ସେଣ୍ଟିନେରୀହରେ ଉକ୍ତ ସମାରୋହଟି ପ୍ରାକ୍ତନ ଶିକ୍ଷକ, ପୂର୍ବତନ ଛାତ୍ର ଯେଉଁମାନେ ସମାଜର ବିଭିନ୍ନ ଦିଗରେ ଖ୍ୟାତି ଅର୍ଜନ କରିଛନ୍ତି ଓ ୧୯୭୬ ବେଚର ଛାତ୍ର ଓ ତାଙ୍କ ସହଧର୍ମୀଣିମାନଙ୍କ ସମାଗମରେ ସମ୍ପାଦିତ ହୋଇଛି । ପୃଥ୍ୱୀରାଜ ହାଇସ୍କୁଲର ୧୯୭୬ ମେଟ୍ରିକୁଲେସନ ବେଚ ଏମିତି ଏକ ବେଚ ଯହିଁରେ ଓଡିଶାରେ ଯେଉଁ ଦଶ ଜଣ ବେଷ୍ଟେଣ୍ଡ ବଛା ହେଉଥିଲା, ସେତେବେଳେ ଅଜିତ କୁମାର ମିଶ୍ର ପ୍ରଥମ ସ୍ଥାନ ଓ ଶରତ କୁମାର ସାମନ୍ତରାୟ ସପ୍ତମ ସ୍ଥାନରେ ଅଳଙ୍କୃତ ହୋଇଥିଲେ । ସଭା ପ୍ରାରମ୍ଭରେ ନିମନ୍ତ୍ରିତ ପୂର୍ବତନ ଶିକ୍ଷକ, କୃତି ଛାତ୍ର, ସେବାବ୍ରତୀ ଓ ବର୍ତ୍ତମାନ ପ୍ରଧାନଶିକ୍ଷିକା ଓ ଗହଣରେ ବେଚର ସଭାପତି ଓମ୍‌ ପ୍ରକାଶ ଚାନ୍ଦ, ସେକ୍ରେଟେରୀ କମଲ ଚକ୍ରବର୍ତ୍ତି ସରସ୍ୱତୀ ପ୍ରତିମାଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରାହେଲା । ଅନୁଷ୍ଠାନର ସଭାପତି, ସେକ୍ରେଟରୀ ଓ ଛାତ୍ରଙ୍କ ଦ୍ୱାରା ଦିବଙ୍ଗତ ଶିକ୍ଷକ ଓ ସହପାଠୀଙ୍କ ନାମ ସ୍ମରଣ କରି ତାଙ୍କ ଚିତ୍ରମାନଙ୍କଠାରେ ଦୀପଦାନକରି ତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାହେଲା । ଉପସ୍ଥିତ ପ୍ରାଣବନ୍ଧୁ ନାୟକ, ଘାସିରାମ ବିଶ୍ୱାଳ, ଶ୍ୟାମ ସୁନ୍ଦର ଉଦ୍‌ଗାତା, ଆଦିକନ୍ଦ ଷଡଙ୍ଗି ଓ ସେବାବ୍ରତୀ ଥବିର ଷାଣ୍ଢଙ୍କ ଉଦ୍ଦେଶ୍ୟରେ ମାନପତ୍ର ପଠନ ହୋଇ ସମ୍ମାନିତ କରାହେଲା । ପୂର୍ବତନ ଛାତ୍ର ଖ୍ୟାତି ଅର୍ଜନ କରିଥିବା ଅନୁପ ସାହୁଙ୍କୁ ତାଙ୍କର ଓଡିଶା ଭଲିବଲ ଦଳର ଅନେକ ବର୍ଷ ଅଧିନାୟକ ରହିବା ନେଇ ସମ୍ମାନିତ କରାଯାଇଥିଲା । ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ମଧ୍ୟ ପୃଥ୍ୱୀରାଜ ହାଇସ୍କୁଲରେ ଅନ୍ତେବାସୀ ଥିଲେ ଓ ତାଙ୍କ ବହୁମୂଲ୍ୟ ବକ୍ତବ୍ୟ ରଖିଲେ । ତାଙ୍କୁ ବେଚ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାହେଲା । ସଭାରେ ବର୍ତ୍ତମାନର ପ୍ରଧାନଶିକ୍ଷିକା ସନ୍ତୋଷିନୀ ସେଠୀଙ୍କୁ ମୋମେଣ୍ଟୋଦେଇ ସମ୍ମାନିତ କରାହେଲା । ବିଶେଷ ଅତିଥି ଭାବେ ପ୍ରଧାନ ଶିକ୍ଷକ ସ୍ୱର୍ଗତ ହରିହର ମିଶ୍ରଙ୍କ ଧର୍ମପତ୍ନୀ ରାସେଶ୍ୱରୀ ମିଶ୍ର ଯେ କି ୯୭ ବର୍ଷ ବୟସରେ ମଧ୍ୟ ଲେଖା ଲେଖିରେ ବ୍ୟସ୍ତ ଅଛନ୍ତି ଓ ଅନେକ ସାରସ୍ୱତ ସମ୍ମାନରେ ଭୂଷିତ । ସଭା ପ୍ରାରମ୍ଭରେ ସଭାପତିଙ୍କ ଭାଷଣରେ ସେ ଦିନ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଉପସ୍ଥିତ ନାରୀ ଶକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗୁରୁମାଙ୍କୁ ସେଭଳି ଏକ ଦିବସରେ ସମ୍ମାନିତ କରି ଆମେ ଗର୍ବିତ ଓ ତାଙ୍କର ଶୁଭାଶିଷ ଓ ଆଶୀର୍ବଚନ ଲାଭକଲେ । ପରିବାର ସହିତ ଏଠିକାର ଓ ଅନେକ ଦୂରରୁ ଆସିଥିବା ସହପାଠୀମାନଙ୍କୁ ଗୁରୁମାନଙ୍କ ହାତରୁ ମୋମେଣ୍ଟୋ ବଣ୍ଟନ ଓ ତାଙ୍କର ପରିଚିତ ପର୍ବ ସମ୍ପନ୍ନ ହେଲା । ପଚାଶ ବର୍ଷର ସ୍ମୃତିକୁ ସାଇତି ରଖିବା ପାଇଁ ଏକ ସ୍ମରଣିକା “ସ୍ମୃତି ଫର୍ଦ୍ଦ”ର କଭର ଉନ୍ମୋଚନ ହେଲା ।

Leave A Reply

Your email address will not be published.