କମ୍ଭୁପାଣି ପାଢ଼ିଙ୍କୁ ଅଧିବକ୍ତା ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଟିଟିଲାଗଡ଼ ସହରର ବରିଷ୍ଠ ଆଇନଜୀବୀ କମ୍ଭୁ ପାଣି ପାଢ଼ୀ ଓଡିଶା ଆଇନଜୀବୀ ପରିଷଦର ସଦସ୍ୟ ନିର୍ବାଚିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆଇନଜୀବୀ ପରିଷଦରେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ନିଧନ ପରେ ରିକ୍ତଥିବା ପଦ ପୂରଣ ପାଇଁ ଗତ ତା. ୨୨. ୧୦. ୨୦୨୫ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ତା. ୧୬. ୧୧. ୨୦୨୫ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉକ୍ତ ନିର୍ବାଚନରେ କମ୍ବୁପାଣି ପାଢ଼ୀ ଓକିଲ ଟିଟିଲାଗଡ଼ ଓ ଆଭାସ ମହାନ୍ତି ଓକିଲ କଟକ ପ୍ରାର୍ଥୀ ଥିଲେ । କମ୍ବୁପାଣି ପାଢ଼ୀଙ୍କୁ ପରିଷଦର ୨୪ ଜଣ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣଙ୍କ ସମର୍ଥନ ପ୍ରାପ୍ତ ହୋଇଥିଲା ଓ କମ୍ବୁପାଣି ପାଢ଼ୀ ନୂତନ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ଏ ନେଇ ଟିଟିଲାଗଡ଼ ଅଧିବକ୍ତା ପରିଷଦ ପକ୍ଷରୁ ବୁଲା ଶତପଥୀଙ୍କ ତତ୍ତ୍ଵାବଧାନରେ ବୁଧବାର ସଂଧ୍ୟାରେ ଶ୍ରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିବାସହ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବରିଷ୍ଠ ଓକିଲ କୃଷ୍ଣ ଚନ୍ଦ୍ର ସାହୁ, ରବି କିରଣ ସ୍ୱାଇଁ, ରାଧେଶ୍ୟାମ ଅଗ୍ରୱାଲ, ଓକିଲ ସଂଘର ଉପସଭାପତି ପ୍ରିତମ ପଣ୍ଡା, ସମ୍ପାଦକ ମହେଶ ମହାନ୍ତିଙ୍କ ସମେତ ସଂଘର ସଦସ୍ୟ ତଥା ଆଇନଜୀବୀ ତନୟ ଠାକୁର, ବୀର ହନୁମାନ କର୍ଣ୍ଣ, ଡି ଡି କର୍ମୀ, ପ୍ରଦୀପ ରଥ, ଅଶୋକ ସାହୁ, ରାଜେଶ ବାବୁ, କ୍ଷୀର ସିନ୍ଧୁ ସାହୁ, ଅରବିନ୍ଦ ପାଣିଗ୍ରାହୀ, ମହିଳା ଆଇନଜୀବୀ ଶ୍ରୀମା ଖମାରୀ, ସନ୍ଧ୍ୟା ରାଣୀ ଥାପା ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.