centurian jitm

ମାରୱାଡ଼ି ଯୁବାମଞ୍ଚ ପ୍ରଗତି ସେଣ୍ଟ୍ରାଲ ଶାଖାର ତୃତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ତଥା ଶପଥ ଗ୍ରହଣ ସମାରୋହ ସଭାପତି ଖୁସବୁ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାପତି ଭାବରେ ରେଖା ଅଗ୍ରୱାଲ, ସମ୍ପାଦକ ଭାବରେ ରିମଝିମ ଜୈନ, କୋଷାଧ୍ୟକ୍ଷ ପିଙ୍କି ଜୈନ, ଉପ ସଭାପତି ନିଲମ ଅଗ୍ରୱାଲଙ୍କୁ ଚୟନ କରାଯାଇଛି । ଏହି ଅବସରରେ ଅତିଥି ଭାବେ ମାରୱାଡ଼ି ଯୁବାମଞ୍ଚ ଜୋନ୍‌ ୮ର ପ୍ରାନ୍ତୀୟ ଉପାଧ୍ୟକ୍ଷ ବିକାଶ କେଡିଆ (ତୁଷୁରା), ପୂର୍ବତନ ରାଜ୍ୟ ସଭାପତି ମନୀଷ ଅଗ୍ରୱାଲ (କଣ୍ଟାବାଞ୍ଜି), ମାରୱାଡ଼ି ଯୁବା ମଞ୍ଚ ମଣ୍ଡଳ ୮ର ସାହେବ ମନ୍ତ୍ରୀ ଆରୁଷ ଶର୍ମା ଯୋଗଦେଇଥିଲେ । ବିକାଶ କେଡ଼ିଆ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ମଞ୍ଚ ପରିଚାଳନା କରିଥିଲେ ପ୍ରୀତିଧାରା ଅଗ୍ରୱାଲ । ଏହି ଅବସରରେ ଆସିଥିବା ଅତିଥିଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ନୂତନ ସଭାପତି ଓ ପଦାଧିକାରୀଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆସିଥିବା ସଦସ୍ୟମାନେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.