oom

ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦ୍‌ଯାପନୀ ସମାରୋହ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ୱାରା ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ ପାଳନ କରାଯାଇଥିବା ବେଳେ ଆଜି ଏହାର ଉଦ୍‌ଯାପନୀ ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷା ସପ୍ତାହର ବିଭିନ୍ନ ଦିବସର କାର୍ଯ୍ୟକ୍ରମକୁ ଆଲୋଚନା କରାଯିବା ସହିତ ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ନବୋଦୟ ବିଦ୍ୟାଳୟର କର୍ମଚାରୀ ରାଜେଶ ସାହୁ, ବିକ୍ରମ ସିଂ ଓ ଗୋବିନ୍ଦ ପଣ୍ଡିତ ସେ ମାନଙ୍କର ନବୋଦୟ ଦିନକୁ ଛାତ୍ରଛାତ୍ରୀଙ୍କ ସହିତ ସାମିଲ କରିବା ସହିତ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମଳୟ କୁମାର ବିଶ୍ୱାଳ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.