ppurohit

ନଗର କଂଗ୍ରେସର ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ସମରେନ୍ଦ୍ର

2nd
  • ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ ମାଟିକୁ ଫେରିଆସୁ ଏହି ପର୍ବ ପାଳନ କରିବା ପାଇଁ । ଏହି ଉପଲକ୍ଷେ ଆମେ ନିଷ୍ପତ୍ତି ନେବା ଦରକାର ଯେ ଦଳ ମତ ଜାତି, ବର୍ଣ୍ଣ ଏ ସବୁରୁ ଉଦ୍ଧ୍ୱର୍ରେ ରହି ଆମେ ଯେଉଁ ପରିସ୍ଥିତିରେ ଥିଲେ ବି ସମସ୍ତେ ସମସ୍ତଙ୍କ କାମରେ ଆସିବା ଦରକାର । ସମାଜର ପ୍ରତ୍ୟେକ ବର୍ଗ ଲୋକଙ୍କ ପାଇଁ ଆମେ ଉପଲବ୍ଧ ହେବା ଦରକାର । କେହି ବି ସୁଖରେ ଥାଉ କି ଦୁଃଖରେ ଥାଉ ତାର ସହ ତା ପାଖକୁ ପହଂଚି ତାର ସୁଖ ଦୁଃଖରେ ଭାଗି ହୋଇପାରିଲେ ହିଁ ଆମର ଏହି ଭେଟଘାଟ କାର୍ଯ୍ୟକ୍ରମ ସଫଳ ହେବ ଓ ଏହା ଦ୍ୱାରା ଏକତା ଓ ଭାଇଚାରାର ସନ୍ଦେଶ ସମାଜର ସବୁ ସ୍ତରକୁ ପହଂଚିବ ବୋଲି ସ୍ଥାନୀୟ ଏକ ହୋଟେଲରେ ନଗର କଂଗ୍ରେସ ତରଫରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମରେନ୍ଦ୍ର ମିଶ୍ର କଂଗ୍ରେସ କର୍ମକର୍ତ୍ତା, ଶୁଭେଚ୍ଛୁ ଓ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ରାଜନୈତିକ ସମାବେଶ ନୁହେଁ । ଆମେ ଏକାଠି ହୋଇଛୁଁ ଆମ ଭିତରେ ଥିବା ଏକତା ଭାଇଚାରାକୁ ଆହୁରି ବ୍ୟାପକ କରିବା ପାଇଁ । ଆମର ବ୍ୟକ୍ତିଗତ ହେଉ କି ସାମୁହିକ ଉଦ୍ୟମ ଯୋଗୁଁ ଯଦି ଅଂଚଳର ଲୋକଙ୍କ କିଛି ଅସୁବିଧା ଦୂର ହୋଇ ପାରିଲା ଲୋକେ ଆମର କାର୍ଯ୍ୟକଳାପ ଦ୍ୱାରା କୌଣସି ପ୍ରକାରେ ଉପକୃତ ହୋଇପାରିଲେ ତେବେ ହିଁ ଆଜିର ନୂଆଁଖାଇ ଭେଟଘାଟ ସଫଳ ହେବ ବୋଲି ମୁଁ ଭାବିବି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବର୍ଗ ଯଥା ଅଶୋକ ନନ୍ଦ, ଓମ୍ ପ୍ରକାଶ କୁମ୍ଭାର, ମନୀଷ ମିଶ୍ର, ସନ୍ତକ ବହିଦାର, ଉମା ଶଙ୍କର ପଣ୍ଡା, ଅରବିନ୍ଦ ପରୁଆ, ବଜରଂଗ ବନଛୋର, ରାଜେନ୍ଦ୍ର ପାଣି, ଅସୀତ ମିଶ୍ର, ଜୁଲୁ ପଟ୍ଟନାୟକ, ଆରତିପ୍ରୀତି ନାଗ, ଉପେନ ଦୀପ, ଜ୍ୟୋତି ନାଗ, ବ୍ରଜ ସେଠି, ମିରା ମଣ୍ଡଲ, ସବିତା ଶତପଥି, ସାଇନା ବେଗମ, କଳ୍ପନା ସାହୁ, ବବିତା ସାହୁ, ସୁଧା ସିଂଦେଓ, ଅନ୍ନପୁର୍ଣ୍ଣା ସେଠ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ନୂଆଁଖାଇର ଶୁଭେଚ୍ଛାବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳ କରିବା ପାଇଁ ଅଙ୍କିତ ସାହୁ, ନାସିର ଖାନ, ହିମାଂଶୁ ସାହୁ, ସଂଜୟ ମିଶ୍ର, ଆକବର ଖାନ, ବିକି ପଣ୍ଡା, ଲୋପନ ମିଶ୍ର, ଚିନ୍ମୟ ବେହେରା, କିରନ ସେଠ, ଗୁଣ୍ଡୁ ଦାଶ, କେଲାସ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.