oom

ଆଟଗାଁ ପଂଚାୟତରେ ୩ ଦିନିଆ ସମର କ୍ୟାମ୍ପ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱଇସିଡିଏ ବଲାଙ୍ଗିର ତରଫରୁ ଆଟଗାଁ ପଂଚାୟତରେ ତିନି ଦିନିଆ ସମର କ୍ୟାମ୍ପ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପୁଇଁନ୍ତଲା ବ୍ଲକର ଛତାପିପଲ, ଭାଲେର, ଦଶପୁର, ମହିମୁଣ୍ଡା ଏବଂ ଆଟଗାଁ ପଂଚାୟତରୁ ଶିଶୁମାନେ ଆସି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନେ ତାଙ୍କ ସୃଜନଶୀଳତାକୁ ପରିପ୍ରକାଶ କିପରି କରିପାରିବେ ଏବଂ ତାଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା । ଦକ୍ଷତା ବୃଦ୍ଧି ଉପରେ ଅଧିବେଶନ, ଆର୍ଟ କ୍ରାଫ୍ଟ, କ୍ଲେ ମେକିଂ, ରୋଲ ପ୍ଲେ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଦିନରେ ପିଲାମାନଙ୍କ ସୃଜନଶୀଳତାକୁ ଧ୍ୟାନରେ ରଖି ବିଭିନ୍ନ ପ୍ରକାର ଆର୍ଟ କ୍ରାଫ୍ଟ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ମୁଲ୍ୟବୋଧ ଏବଂ ନୈତିକତା ଉପରେ ଅଧିବେଶନ ପରିଚାଳନା କରିଥିଲେ । ଯେଉଁଥିରେ ପିଲାମାନେ ଦୈନନ୍ଦିନ ଜୀବନରେ ମୁଲ୍ୟବୋଧ ଓ ନୈତିକତା ବୁଝିପାରିବେ । ଦ୍ୱିତୀୟ ଦିନରେ ପ୍ରୋଗ୍ରାମ ମ୍ୟାନେଜର ଗଣେଶ ସାହୁ ନେତୃତ୍ୱ ଶୈଳୀ ଉପରେ ଅଧିବେଶନ ପରିଚାଳନା କରିଥିଲେ । ଦଳରେ କାମ କରିବାର ଶୈଳୀ ଉପରେ ନିକିତା ଦାଶ ଶିଶୁମାନଙ୍କୁ ଖେଳ ଖେଳେଇ ଥିଲେ । ତୃତୀୟ ଦିନ ଶିଶୁ ନେତାମାନେ କିପରି ନିଜର ଅଂଚଳରେ ବିଭିନ୍ନ ସମସ୍ୟାକୁ ନେଇ ସମସ୍ୟାର ସମାଧାନ ଯୋଜନା କରି କାମ କରିବେ ସେହି ଉପରେ ଆନନ୍ଦିନୀ ରଥ ଅଧିବେଶନ ପରିଚାଳନା କରିଥିଲେ । ଏହା ସହିତ ଶିଶୁମାନେ ରଙ୍ଗୀନ କାଗଜ ବ୍ୟବହାର କରି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିଥିଲେ । ଗୃପ ଡାନ୍ସ ସଙ୍ଗୀତ ଗାନ ଏବଂ ଡ୍ରାମା ଶିଶୁମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଏସ୍‌.କେ.ଏନ୍‌ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୱାଇସିଡିଏ ର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.