ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ୨୦୨୪ ସମାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ଆଦିବାସୀ ୟୁଥ କ୍ଲବ, ଓରାମପଡା ନକଆଉଟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ-୨୦୨୪ କ୍ଲବର ସଭାପତି ଲୁନ୍ଦେଇ ଓରାମ ଓ ସମ୍ପାଦକ ଚନ୍ଦୁ ଓରାମଙ୍କ ଆବାହକତ୍ୱରେ ଉଦିତନଗର ଖେଳ ପଡିଆରେ ୬ ଦିନ ଧରି ଚାଲିଥିବା ଏଇ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ୍‌ ମ୍ୟାଚ୍‌ଟି ଗର୍ଜନ ଏଫ୍‌ସିଓ ଝିରପାଣି ଏଫ୍‌ସି ମଧ୍ୟରେ ମୁକାବିଲା ହୋଇଥିଲା ଓ ଏଥିରେ ଝିରପାଣି ଏଫ୍. ସି. ୩-୦ ଗୋଲ ସ୍କୋର କରି ଚାମ୍ପିୟନ୍‌ ହୋଇଥିଲେ । ମୁଖ୍ୟ ଅତିଥି ପୂଜା ରାଏ ଚାମ୍ପିୟନ୍‌ ଟିମ୍‌କୁ ଭବ୍ୟ ଟ୍ରଫି ସହିତ କ୍ଲବ ତରଫରୁ ଘୋଷିତ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଲେଖା ସିଂହ, ରାଜେଶ ମହାପାତ୍ର, ପ୍ରକାଶ ସେନାପତି, ବିଶ୍ବରଞ୍ଜନ ବେହୁରା ଓ ରଞ୍ଜିତ ନାଏକ ଉପସ୍ଥିତ ଥିଲେ । ଆଦିବାସୀ ୟୁଥ କ୍ଲବର ସଭାପତି ଲୁନ୍ଦେଇ ଓରାମ ଶ୍ରୀମତୀ ରାୟଙ୍କୁ ପଡିଆ ମଞ୍ଚକୁ ସ୍ୱାଗତ କରିଥିଲେ । ଆଦିବାସୀ ୟୁଥ୍‌ କ୍ଲବ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ବହୁସଂଖ୍ୟକ ମହିଳା ପୁରୁଷ ଦର୍ଶକ ଉପସ୍ଥିତ ରହି ଆନନ୍ଦର ସହିତ ଉପଭୋଗ କରିଥିଲେ । ଆଜିର ଏଇ ମ୍ୟାଚ୍‌ ଗୁଡିକକୁ ସୁନିଲ ଓରାମ, ମନୋଜ ପାଣ୍ଡେ, ସନକୀ ତିର୍କୀ ଓ ରାଜେଶ ତିର୍କୀ ରେଫରୀ ମାନେ ଫାଇନାଲ ମ୍ୟାଚ୍‌ଟିକୁ ଅତିସୁନ୍ଦର ଭାବେ ପରିଚାଳନା କରିଥିଲେ । ବେଷ୍ଟ ଭଲେଣ୍ଟିଅର ଭାବେ କ୍ଲବର ୨ ଜଣ ଜଗନ୍ନାଥ କେର୍କେଟା ଓ ବୁତା ଖଡିଆଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସଫଳ କରାଇବାରେ କ୍ଲବର ସଦସ୍ୟ ମନମୋହନ ଓରାମ, ସୁରେଶ ଲାକ୍ରା, ଚାନ୍ଦୁ ଓରାମ, ଶୁକ୍ରା ଓରାମ, ବିକାଶ ଓରାମ, ଅଜିତ ଓରାମ, ଲେଦ୍ରା ଓରାମ, ରାଜ କରାମ, ବିଶ୍ୱଜିତ ଓରାମ, ରାଜା ଓରାମ, ସନ୍ଦୀପ ଓରାମ, ଲାଲୁ ଓରାମ, ଦୀପକ ପାନ୍ନା ପ୍ରଭୁତି ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.