ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ସି.ଏ. ପରୀକ୍ଷା ଜେଏସ୍‌ଏମ୍‌ କଲେଜରେ ସମା‌ପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସ୍‌ଏମ୍ ବାଣିଜ୍ୟ ବିଭାଗ କଲେଜ ପରିସରରେ ପ୍ରଥମ ଥର ତଥା ପ୍ରଥମ ବର୍ଷ ପାଇଁ ଚାଟାର୍ଡ ଆକାଉଟେଣ୍ଟ୍‌ (ସି.ଏ.) ପରୀକ୍ଷା ଆରମ୍ଭ ହୋଇଥିଲା । ସୂଚନା ଅନୁସାରେ ଏହି ପରୀକ୍ଷା ନଭେମ୍ବର ୨୧ ତାରିଖ ରୁ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ରାଜ୍ୟ ସରକାରଙ୍କ ନିର୍ଦେଶାନୁକ୍ରମେ କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ତଥା ସୁବିଧା ସୁଯୋଗ ହିତରେ ପ୍ରଥମ ଥର ଜେଏସ୍‌ଏମ୍ ବାଣିଜ୍ୟ କଲେଜରେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଆରମ୍ଭ ପାଇଁ ନିଷ୍ପତ୍ତି ନେଇଥିଲେ । ଜେଏସ୍‌ଏମ୍ କଲେଜ ପାଇଁ ଏହା ଏକ ନୁଆଁ ପଦକ୍ଷେପ ଥିଲା । କଲେଜର କର୍ତ୍ତୃପକ୍ଷ ସୁଚାରୁ ରୂପେ ତୁଲାଇଥିଲେ ମଧ୍ୟ। ତେବେ କୋଭିଡ଼ କଟକଣା ପାଇଁ ସରକାରଙ୍କ ସରକାରୀ ଗାଇଡ଼ ଲାଇନ ଅନୁସାରେ ପରୀକ୍ଷା ଶେଷ ହୋଇଯାଇଛି । ଏହି ପରୀକ୍ଷା ତା ୨୧ ନଭେମ୍ବର ଠୁ ଆରମ୍ଭ ହୋଇଥିଲା ଏବଂ ୧୪ ଡିସେମ୍ବର ପର୍ୟନ୍ତ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଚାଲିଥିଲା । ସେପଟେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପରୀକ୍ଷାର୍ଥୀ ନିଜ ସ୍ଥାନରେ ହୋଇଥିବା ପରୀକ୍ଷା ଓ ତାଙ୍କ ପାଇଁ ସମସ୍ତ ସୁବନ୍ଦୋବସ୍ତକୁ ନେଇ ଉତ୍ସାହିତ ଥିବା ଜଣାପଡିଥିଲା । ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଡ ଏକାଉଣ୍ଟ୍ସ୍‌ ଅଫ ଇଣ୍ଡିଆକୁ ବଲାଙ୍ଗିର ଭଳି ଗୋଟିଏ ରିମୋଟ୍ ଏରିଆର ଜେଏସ୍‌ଏମ୍ କଲେଜ ଅଫ୍ କମର୍ସକୁ ସିଏ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କଲେଜର କର୍ତ୍ତୃପକ୍ଷ ।

Leave A Reply

Your email address will not be published.

error: Content is protected !!