jayashree

ସହଯୋଗ ଫାଉଣ୍ଡେସନ୍ ଦ୍ଵାରା ୭୫ ଜଣଙ୍କ ନିଃଶୁଳ୍କ ଅସ୍ଥି ବିସର୍ଜନ ସମାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ନିଃଶୁଳ୍କ ଅସ୍ଥି ବିସର୍ଜନ ସେବା ଅନୁଷ୍ଠିତ ହୋଇଯାଇଛି । ପ୍ରୟାଗରାଜର ପବିତ୍ର ସଙ୍ଗମରେ ୭୫ ଜଣଙ୍କର ଅସ୍ଥି ବିସର୍ଜନ କରାଯାଇଥିଲା । ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ପ୍ରୟାଗରାଜ, ଗଙ୍ଗା, ଯମୁନା ଓ ସରସ୍ୱତୀ ପବିତ୍ର ନଦୀର ମିଳନସ୍ଥଳରେ ଅସ୍ତି ପ୍ରବାହ କଲେ ମୋକ୍ଷ ପ୍ରାପ୍ତି ହୁଏ । ଏଠାରେ ସରସ୍ୱତୀ ନଦୀ ସଙ୍ଗମରେ ଗୁପ୍ତ ଭାବରେ ଭେଟିଥାଏ । ତେଣୁ ଏହାକୁ ତ୍ରିବେଣୀ ସଙ୍ଗମ କୁହାଯାଏ । ଅସ୍ତି ବିସର୍ଜନ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କାର୍ଯ୍ୟ ଯାହା ସମୃଦ୍ଧତା ଏବଂ ସାମୂହିକ ଏକତାର ଭାବନାକୁ ଦୃଢ଼ କରିଥାଏ । ଏହା ସହଯୋଗ ଫାଉଣ୍ଡେସନ୍‌ର ଏକ ପଦକ୍ଷେପ । ଯେଉଁଥିରେ ୭୫ ଜଣଙ୍କ ଅସ୍ତି ପୂଜାପାଠ ଦ୍ୱାରା ସମ୍ପୂର୍ଣ୍ଣ ହିନ୍ଦୁ ପଦ୍ଧତି ଏବଂ ନୀତି ସହିତ କରାଯାଇଥିଲା । ପ୍ରୟାଗରାଜର ପରେ ପରିତ୍ରାଣର ପବିତ୍ର ସ୍ଥଳ ଗୟାରେ ଅନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା । ଏଥି ସହିତ ସହଯୋଗ ଫାଉଣ୍ଡେସନ୍‌ର ସଦସ୍ୟଙ୍କ ଦ୍ୱାରା ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ ଗଙ୍ଗା ଜଳ ଅର୍ପଣ ଓ ପ୍ରଭୁ ରୀଜଗନ୍ନାଥଙ୍କ ଦର୍ଶନ କରାଯାଇଥିଲା । ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ହୋଇଥିଲା । ଯାହା ସାମୂହିକ ଆତ୍ମବିଶ୍ୱାସ ଏବଂ ସହଯୋଗର ଭାବନାକୁ ଦୃଷ୍ଟି ଦେଇଥିଲା । ଆର୍ତ୍ତତ୍ରାଣ ପାଢ଼ୀ, ରାମ ନାରାୟଣ ଦାଶ, ପୱନ ଅଗ୍ରୱାଲ ଏବଂ ଅନିଲ ମୋଦୀଙ୍କ ନେତୃତ୍ୱରେ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ସହଯୋଗ ଫାଉଣ୍ଡେସନ୍‌ର ସାମ୍ପାଦିକା ପିଙ୍କି ମୋଦୀ କହିଛନ୍ତି ଯେ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସକୁ ଶତ ପ୍ରତିଶତ ଅନୁସରଣ କରାଯାଇଛି । ଅସ୍ଥି ବିସର୍ଜନ ପାଇଁ ଫାଉଣ୍ଡେସନ୍‌କୁ ଦେଇଥିବା ପରିବାରକୁ ଶ୍ରୀମତୀ ମୋଦୀ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.