ନୃସିଂହନାଥରେ ପହଞ୍ଚିଲେ ତିନି ଠାକୁର ବାହୁଡା ଯାତ୍ରା ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମାଉସିମା ମନ୍ଦିରରୁ ନୃସିଂହନାଥ ଦୀର୍ଘ ୪ କିମି ରଥରେ ତିନି ଠାକୁରଙ୍କୁ ଅପରାହ୍ନ ୩ଟାରେ ରଥରେ ବସାଇ ଟାଣି ଟାଣି ନେଇ ରାତ୍ର ୮ ଟାରେ ନୃସିଂହନାଥ ମନ୍ଦିରକୁ ଅଣା ଯାଇଛି । ସିଆଲିଲତାରେ ରଥ ବନ୍ଧା ଯାଇ ଗୋଟିଏ ପାର୍ଶ୍ବକୁ ମହିଳା ଓ ଅନ୍ୟ ପାର୍ଶ୍ବକୁ ପୁରୁଷ ମାନେ ଟାଣି ଥିଲେ । ଆଜି ଅପରାହ୍ନ ୩ଟାରେ ମହାପ୍ରଭୁ ପହଣ୍ଡିରେ ଆଣି ରଥାରୂଢ କରିଥିଲେ । ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭକ୍ତଙ୍କର ସମାବେଶରେ ରଥ ଟଣା ଆରମ୍ଭ ହୋଇଥିଲା । ପାଇକମାଳରେ ପହଣ୍ତି ସମୟରେ ଆଶୁତୋଷ ସାହୁ ଓ ନୃସିଂହନାଥରେ ମନ୍ଦିର ଟ୍ରଷ୍ଠି ତଥା ଏବିଡିଓ ଦେବାଶିଷ ସିହ୍ନା ଛେରା ପହଂରା କରିଥିଲେ । ନୃସିଂହନାଥ ବ୍ରାହ୍ମଣ ସମାଜର ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ସୁଶାନ୍ତ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ତ୍ରିପାଠୀ, ଶରତ ବଡପଣ୍ତା, ଆକାଶ ପାଣିଗ୍ରାହୀ, ଦିନେସ ପଣ୍ତା, ପଣ୍ତିତ ପ୍ରେମାନନ୍ଦ ଦେବତା, ସୁନିଲ ପୁରୋହିତ ତଥା ନୃସିଂହ ନାଥ ମନ୍ଦିର ପୂଜକମାନେ ରଥରେ ସହଯୋଗ କରିଥିଲେ । ପାଇକମାଳଠାରୁ ନୃସିଂହନାଥ ମଧ୍ୟରେ ରାସ୍ତାର ପାଇକମାଳ, ନରସିଂହପଡା, ଜର୍ଜଗଡ଼, ଦୁର୍ଗାପାଲି , ଦଣ୍ଡପାଟ, ଆଦି ଗ୍ରାମମାନଙ୍କର ଭକ୍ତମାନଙ୍କୁ ଦର୍ଶନ ଦେଇ ମହାପ୍ରଭୁ ନୃସିଂହନାଥ ମନ୍ଦିରକୁ ବିଜେ କରିଛନ୍ତି । ଭକ୍ତଙ୍କର ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ଅନେକ ପ୍ରକାର ସୁବ୍ୟବସ୍ଥା କରାଯାଇ, ଶାନ୍ତି ଶୃଙ୍ଖଳା ସହ ନୃସିଂହନାଥ ମନ୍ଦିରରେ ତିନି ଠାକୁର ପହଞ୍ଚି ଥିଲେ । ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.