oom

ହରିରାଜପୁର  ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସମନ୍ୱୟ ବୈଠକ

jsmm

ଡେ଼ଲାଙ୍ଗ (ଦିଲିପ କୁମାର ଧାଉଡିଆ) : ଭଗଵାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ରାଜ୍ୟର ସୁପ୍ରସିଦ୍ଧ ହରିରାଜପୁର ପଞ୍ଛୁଦୋଳ ମେଳଣ ଆସନ୍ତା ୧୯ ମାର୍ଚ୍ଚ ତାରିଖ ବୁଧବାର ରାତ୍ରରୁ ଠାକୁରଙ୍କ ଜମାଣ ଉତ୍ସବ ଶୁଭାରମ୍ଭ ହୋଇ ୨୩ମାର୍ଚ୍ଚ ତାରିଖ ରବିବାର ସନ୍ଧ୍ୟାରେ ମହାଆଡ଼ମ୍ବର ସହକାରେ ଠାକୁର ମେଳଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ସୋମବାର ଅପରାହ୍ନ ୪ଟାରେ ଜିଲ୍ଲା ବ୍ଲକ ପ୍ରଷାସନ ଓ ମେଳଣ ପରିଚାଲନା ପରିଷଦର କର୍ମ କର୍ତ୍ତା ମଧ୍ୟରେ ସମନ୍ଵୟ ବୈଠକ ଡେ଼ଲାଙ୍ଗ ବ୍ଲକ  କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମନ୍ଵୟ ବୈଠକରେ ଉପଜିଲ୍ଲାପାଳ  ରାଜକିଶୋର ଜେନା , ବ୍ଲକ ଅଧ୍ୟକ୍ଷ ବାସନ୍ତି ସାହୁ, ଉପାଧ୍ୟକ୍ଷ  ଦୁର୍ବାଷା ନିଶଙ୍କ, ତହସିଲଦାର ସନ୍ତୋଷିନୀ ଦାଶ , ବିଡ଼ିଓ କ୍ଷିତିଶ ବେହେରା, ବ୍ଲକ ସହାୟକ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ପିପିଲି ଏସ୍ଡ଼ିପିଓ ବିରଞ୍ଚି ନାରାୟଣ ପତି, ଡେଲାଙ୍ଗ ଥାନା ଆଇଆଇସି  ଦେବାଶିଷ ମହାନ୍ତି , ହରିରାଜପୁର ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ନିଶଙ୍କ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରଦୀପ କୁମାର ସାବତ, ଜଳ ପରିମଳ ବିଭାଗ ଜେଇ ସ୍ଵାଗତିକା ପ୍ରଧାନ ସମେତ ପଞ୍ଚୁଦୋଳ  ମେଳଣ ପରିଚାଳନା ପରିଷଦ ସଭାପତି ପ୍ରସନ୍ନ କୁମାର ମହାରଥି , ମେଳଣ କମିଟି କର୍ମ କର୍ତ୍ତା ନିରୁପମା ପାତ୍ର, ମହାଦେବ ରାଉତରାୟ, ଶିବ ପ୍ରସାଦ୍ ଜେନା ,ମନୋଜ ଜେନା , ଗୁଜୁରୀ ଚମ୍ପତ୍ତି, ଗୋବିନ୍ଦ ବଳବନ୍ତରାୟ , ପ୍ରତାପ ଚମ୍ପତି, ଅଶୋକ ସାମନ୍ତରାୟ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଏହି ମହାନ ଦୋଳ ଉତ୍ସବକୁ ଚିତାକର୍ଷକ, ମହା ଆକର୍ଷନୀୟ କରିବାନେଇ ୮୦ଏକର ବିଷିଷ୍ଟ ଐତିହାସିକ ମେଳଣ ପଡିଆକୁ ସଫେଇ ବ୍ୟବସ୍ଥା କରିବା, ସ୍ତ୍ରୀ ପୁରୁଷଙ୍କ ପାଇଁ ଶୌଚାଳୟ ,ପାନୀୟ ଜଳ ଜୋଗାଣ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ସାନ୍ତି ଶ୍ରୁଙ୍ଖଳିତ ରକ୍ଷା ପାଇଁ ଟ୍ରାଫିକ ନିୟନ୍ତ୍ରଣ ସହ ଅଧିକ ପ୍ଲାଟୁନ ଆରକ୍ଷି  ବ୍ୟବସ୍ଥା, ପ୍ରର୍ଜ୍ୟାପତ ମେଡ଼ିସିନ ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା, ଆଗ୍ନିଶମ୍ ଭ୍ୟାନ୍ ନିୟୋଜିତ ବ୍ୟବସ୍ଥା, ମହାନ ସଂସ୍କୃତିର ସୁରକ୍ଷା ପାଇଁ  ସ୍ୱତନ୍ତ୍ର ଭାବେ ଅନୁଦାନ ବ୍ୟବସ୍ଥା ସହିତ କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଓରେଦା, ସଂସ୍କୃତି, ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ପ୍ରଦର୍ଶନି ମଣ୍ଡପ ଖୋଲିବା ବ୍ୟବସ୍ଥା ଆଦି ବିଷୟ ଗୁଡିକ ଆଲୋଚନା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଏହାର ପଦକ୍ଷେପ ନେବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଶେଷରେ ମେଳଣ କମିଟିର ସଭାପତି ପ୍ରସନ୍ନ ମହାରଥି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.