ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସେକ୍ଟର ୧୬ ସ୍ତିତ ଡିଏଭି ସ୍କୁଲରେ ଏକ ଲିଙ୍ଗ ସମାନତା ଉପରେ ହୁମାନିଟି ଫାଉଣ୍ଡେସନ ତରଫରୁ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗ ସମାନତା : ସୁସଭ୍ୟ ସମାଜର ପ୍ରଥମ ପଦକ୍ଷେପ । ଲିଙ୍ଗ ସମାନତା ମାନେ ପୁରୁଷ, ମହିଳା ଓ ତୃତୀୟଲିଙ୍ଗ— ସମସ୍ତଙ୍କୁ ସମାନ ଅଧିକାର, ସମ୍ମାନ ଓ ସୁଯୋଗ ଦେବା । ଲିଙ୍ଗ ସମାନତା ହେଉଛି ପ୍ରତ୍ୟେକ ମଣିଷର ସ୍ୱପ୍ନକୁ ସମାନ ପକ୍ଷ ଦେବା । ପୁଅ–ଝିଅ ଯେତେବେଳେ ସମାନ ସୁଯୋଗ ପାଉଛନ୍ତି, ସେତେବେଳେ ସମାଜ ଅଧିକ ଶକ୍ତିଶାଳୀ, ସୁନ୍ଦର ଓ ସମତାପୂର୍ଣ୍ଣ ହୋଇଉଠେ । ଲିଙ୍ଗ ସମାନତା କେବଳ ଅଧିକାର ନୁହେଁ, ଏହା ହେଉଛି ମାନବତାର ସବୁଠାରୁ ଶ୍ରେଷ୍ଠ ସତ୍ୟ ପାଠ । ମୁଖ୍ୟ ଅତିଥି ସୁଶ୍ରୀ ଗୌରୀ ପଣ୍ଡା ପିଲା ମାନଙ୍କୁ ଲିଙ୍ଗଗତ ସମାନତି ଉପର ମହତ୍ ପୂର୍ଣ୍ଣ ବାର୍ତ୍ତା ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ରାଜେଶ ଦାଶ ପିଲାମାନଙ୍କୁ ମୂଲ୍ୟବାନ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକର୍ମଟିକୁ ପରିଚଳନା କରିଥିଲେ ଦୀପ୍ତି ସୁନ୍ଦରାୟ ଓ ସ୍ନିଗ୍ଧା ପୁହାଣ । ଶେଷରେ ବିଜୟ ସୁନ୍ଦରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post