
ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲୀ ପତ୍ରିକା ମୂହୁରୀର ଉନ୍ମୋଚନ ଉତ୍ସବ ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କୋଶଲୀ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ମୁଖ୍ୟ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ସଭାପତିତ୍ୱ କରିଥିଲେ । ଅତିଥି ଓ ବକ୍ତା ଭାବରେ ସାହିତ୍ୟ ସଂଗଠକ ବଳଦେବ ଦିକ୍ଷିତ, ଅମୃତଲାଲ ସାହୁ, ଲୋହିତାକ୍ଷ ଯୋଷୀ, ସୁଶାନ୍ତ କୁମାର ମିଶ୍ର, ଡ. ସୁବାଷ ମେହେର, ଡ. ସନ୍ତୋଷ କୁମାର ରଥ, ଶରତ ଚନ୍ଦ୍ର ହୋତା ଓ ମଧୁସୁଦନ ଦାସ ମଂଚାସିନ ଥିଲେ । କବି ସୁଶାନ୍ତ ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିରେନ୍ଦ୍ର କୁମାର ବନଛୋର ମଂଚ ପରିଚାଳନା କରିଥିଲେ । ଟ୍ରଷ୍ଟର ମୁଖପତ୍ର “ମୁହୁରୀ” ର କୁଲୁଆଁଫୁଟା ସଂଖ୍ୟା ଉନ୍ମୋଚନ ହେବ ବ୍ୟତିତ ମଧୁସୁଦନ ଦାସଙ୍କ ଦ୍ୱାରା ଅନୁବାଦିତ ହୋଇଥିବା ଦୁଇଟି ପୁସ୍ତକ “ଛଏଁରା କାଜେ ସକାଲ ଟେ ଓ ଛାଁଟଲା କଥାନି ଏବଂ ଲୋହିତାକ୍ଷ ଯୋଷୀଙ୍କ ରଚିତ ଇଂରାଜି ଅନୁବାଦିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସୁନାମଧନ୍ୟ କବି ଅମୃତଲାଲ ସାହୁ ତାଙ୍କ ଜିବନ ବ୍ୟାପୀ ସାଧନା ପାଇଁ ମହାତ୍ମା ପ୍ରୟାଗଦତ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ କବି ଭିକାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୁନର୍ବାର ଭାଷା ଆଲୋଚନା ହେବା ପରେ ଏକ ବର୍ଣ୍ଣାଢ୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା । କବିତା ଆସରରେ ବିଶିଷ୍ଟ କବି ସୁଶାନ୍ତ ବାଗ, ଆନନ୍ଦ ଚନ୍ଦ୍ର ସାହୁ, ପୁସ୍ତମ ଜୁଆଡିଙ୍କ ସମେତ ୫୦ ସରିକି କବି କବିତା ପାଠ କରିଥିଲେ । ଉକ୍ତ ସଭାରେ ସର୍ବଶ୍ରୀ ଗୋରେଖନାଥ ସାହୁ, ତହଁକ କୁଟୁମର ମୁଖିଆ ରାଜେଶ ଦଣ୍ଡସେନା, ଆଶୁତୋଷ ମିଶ୍ର, କବି ନିର୍ମାଲ୍ୟ ସ୍ୱାଇଁ, ଶ୍ରୀପାଳ ପଣ୍ଡା, ବ୍ରଜ ମୋହନ ମେହେର, ମାନସ କୁମାର ଷଡଙ୍ଗୀ, ଲାଲଚନ ବଗର୍ତ୍ତି ମଂଚାସିନ ଥିଲେ ଓ କବି ଅର୍ଜୁନ କୁମାର ସାହୁ ମଂଚ ପରିଚାଳନା କରିଥିଲେ । ଶେଷରେ କବି ଦିଲ୍ଲିପ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିଜିତ ଆନନ୍ଦ ଫରିକାର ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।