om academy

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ତିନି ଅନାଥ ଶିଶୁ

jsm

ନର୍ଲା, (ନରୋତ୍ତମ ସେଲ୍‌ମା) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ କୁରେମାଲ ପଞ୍ଚାୟତ ବୁଡ଼େଲଗୁମା ଗାଁରେ ରହୁଥିଲେ ତିନି ଅନାଥ ଭାଇଭଉଣୀ । ପିତା ମାତାଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲେ ତିନି ଭାଇଭଉଣୀ । ଖବର ଅନୁସାରେ ବୁଡ଼େଲଗୁମା ଗାଁର ତୁମେଶ୍ୱର ମାଝୀ ଓ ଲଷ୍ମୀ ମାଝୀ ତାଙ୍କର ତିନି ଶିଶୁ ପଦ୍ମିନୀ ମାଝୀ, ପ୍ରମଦିନି ମାଝୀ ଓ ନରେନ୍ଦ୍ର ମାଝୀଙ୍କୁ ନେଇ ବେଶ ହସ ଖୁସିରେ ତାଙ୍କର ପରିବାର ରହୁଥିଲେ । ତୁମେଶ୍ୱର ଗାଁ ପାଖରେ ଥିବା ତୁରମେଲ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଥିଲେ । ହସ ଖୁସିରେ ତାଙ୍କର ପରିବାର ଚଳୁଥିଲା । ହେଲେ ଗତ ୨୦୧୫ରେ ଲଷ୍ମୀଙ୍କ ଅତ୍ୟଧିକ ଜ୍ୱର ହେବାରୁ ତାଙ୍କର ଦେହାନ୍ତ ହୋଇଥିଲା । ମାଁ ଙ୍କ ଦେହାନ୍ତ ପରେ ତିନି ଛୁଆ ଭାଙ୍ଗି ପଡ଼ିଥିଲେ । ଏହାପରେ ତାଙ୍କର ବୃଦ୍ଧ ଆଇ ଯମୁନା ମାଝୀ ସେମାନଙ୍କ ଦେଖାଶୁଣା କରି ଆସୁଥିଲେ । ଗତ ୧୧ -୫ -୨୦୨୧ ତୁଲେଶ୍ୱର ମାଝୀ କରୋନାରେ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲ ଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ତିନି ଶିଶୁ ସମ୍ପୂର୍ଣ୍ଣ ଅନାଥ ହୋଇପଡିଲେ । ବଡ ଝିଅ ପଦ୍ମିନୀ ନର୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟରେ ୮ମ ଉତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଝିଅ ପ୍ରମଦିନି ପଞ୍ଚମ ଶ୍ରେଣୀରେ ପଡୁଛନ୍ତି । ସେହିପରି ସାନ ପୁଅ ନରେନ୍ଦ୍ର ଏବେ ପ୍ରଥମ ଶ୍ରେଣୀରେ ପାଉଛନ୍ତି । ସେମାନେ କୋଉଠି ରହିବେ, ତାଙ୍କର ଆଗାମୀ ଭବିଷ୍ୟତ କେମିତି କଟିବ ତାହାକୁ ନେଇ ତାଙ୍କର ଜେଜେମା ଚିନ୍ତିତ ଥିଲେ । ସ୍ଥାନୀୟ ସ୍ୱେଛାସେବୀ ମାନେ ଏହି ସମସ୍ୟା ବିଷୟରେ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ଯୋଗେ ଜଣେଇଥିଲେ । ଏହି ସମସ୍ୟା ବିଷୟରେ ଜାଣିଲା ପରେ ସମାଜସେବୀ ରଣା ସମସ୍ତ ଡକୁମେଣ୍ଟ ସଂଗ୍ରହ କରି କଳାହାଣ୍ଡି ଜିଲ୍ଲାପାଳ ଓ ଡୀସିପିଓଙ୍କୁ ଏହି ସମସ୍ୟା ବିଷୟରେ ଜଣେଇ ସେମାନଙ୍କୁ ଥଇଥାନ କରିବାକୁ ନିବେଦନ କରିଥିଲେ । ଡିସିପିଓଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ପହଂଚି ସେମାନଂକୁ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ । ଗାଁରେ ସମସ୍ତଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇଥିଲା । ବୁଢ଼ୀ ଆଇ ଯମୁନା, ଗ୍ରାମବାସୀ ଓ ଉପସ୍ଥିତ ଭଦ୍ର ବ୍ୟକ୍ତିଙ୍କ ନିଷ୍ପତ୍ତି କ୍ରମେ ସେମାନଂକୁ ଭବାନୀପାଟଣା ସ୍ଥିତ ନେହେରୁ ସେବା ସଂଘ ଥଇଥାନ କରିବାକୁ ନିଷ୍ପତ୍ତି ନିଆଗଲା । ସେମାନଙ୍କ ରହିବା, ଖାଇବା, ପଢ଼ିବାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ସେହିପରି ସମସ୍ତ ଶିଶୁ ମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେମାନଙ୍କ ନାଁ ରେ ଏକ ଆର୍‌ଡି ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ସେହିପରି ପଦ୍ମିନୀଙ୍କୁ ନର୍ଲା ଓଏଭିରୁ ଭବାନୀପାଟଣା ସ୍ଥିତ ଓଏଭିକୁ ସ୍ଥାନାନ୍ତର କରିଛନ୍ତି । ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.