jayashree

ଆନ୍ଧ୍ରରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ସାହଯ୍ୟ କରିବା ସହ ଖାଇବାର ସମସ୍ତ ବ୍ୟବସ୍ଥା କଲେ ସମାଜସେବୀ ମୁକେଶ କୁମାର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ବରଗଡ ଓ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଲୋକେ ଇଟାଭାଟିକୁ କାମ କରିବାକୁ ଯାଇ ମାଲିକ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥିଲେ । ତାପରେ ଶ୍ରମିକଙ୍କୁ ସାହାଯ୍ୟ ପାଇଁ ଟ୍ୱିଟ କରିଥିଲେ ଓ ସେହି ଶ୍ରମିକ ମାନଙ୍କ ସହ ସମାଜସେବୀ ମୁକେଶ କୁମାର ସାହୁ କଥା ହୋଇଥିଲେ ।

ଜଣେ ମହିଳା ଶ୍ରମିକ କୋହ ଭରା କଣ୍ଠରେ କହିଥିଲେ ଇଟାଭାଟି ମାଲିକ ସେମାନଙ୍କୁ ପାଇସା ନ ଦେଇ ମାଡ଼ପିଟ କରିବା ପାଇଁ ଧମକ ଦେଉଛି ଏବଂ ଆମକୁ ଏଠୁ ଉଦ୍ଧାର କର ଆମେ ଆମ ଓଡ଼ିଶାକୁ ଫେରାଇ ନିଅ ବୋଲି କହିଥିଲେ । ୧୯ ଶ୍ରମିକମାନଙ୍କ ପାଇଁ ପୋଲିସ ରେଳ ଟିକଟ କରି ବିଜୟବାଡା ରେଳଷ୍ଟେସନରେ ଛାଡିଥିଲା । ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବାଉଗୁଡା ଗ୍ରାମର ୧୪ ଜଣ ଓ ବରଗଡ ବ୍ଲକ ତୁମଗାଁ ପଞ୍ଚାୟତ ତୁରୁଙ୍ଗା ଗ୍ରାମର ୫ ଜଣ । ୫ଓ୧୩ ବର୍ଷର ଦୁଇଟି ଝିଅ, ୨ ବର୍ଷର ଗୋଟିଏ ପୁଅ, ୭ ଜଣ ମହିଳା ସହ ୯ ଜଣ ପୁରୁ ଥିଲେ । ସେମାନଙ୍କ ପାଖରେ ଖାଇବାକୁ ଟଙ୍କା ଟିଏ ମଧ୍ୟ ସେମାନଙ୍କ ପାଖରେ ନଥିଲା । ସମାଜସେବୀ ମୁକେଶ କୁମାର ସାହୁ ସମସ୍ତ ଖାଇବା ଖର୍ଚ୍ଚ ମଧ୍ୟ ପ୍ରଦାନ କରିଥିଲେ । ବର୍ତ୍ତମାନ ସମସ୍ତ ଶ୍ରମିକ ଭଲ ଭାବେ ଘରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.