ସମାଜସେବୀ କଲ୍ୟାଣୀ ମିଶ୍ରଙ୍କ ଦ୍ୱାରା ମୁମୁର୍ଷ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟାସିଂହା ଲଛିପୁର ରାସ୍ତାର ବିଶେଶ୍ୱରପାଲି ନିକଟରେ ମୁମୁର୍ଷ ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ସମାଜ ସେବି କଲ୍ୟାଣୀ ମିଶ୍ର ଉଦ୍ଧାର କରି ଲଛିପୁର ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ନହେବାରୁ ତାଙ୍କୁ ନାଇକେନପାଲି ସ୍ୟାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଏବେ ତାଙ୍କର ଅବସ୍ଥା ଭଲ ଥିବା ଜଣାପଡିଛି । କୌଣସି କାମରେ ଲଛିପୁରକୁ ଯାଉଥିବା ବେଳେ ଏକ ଅଜଣା ଗାଡି ବୃଦ୍ଧଙ୍କୁ ଧକ୍କା ଦେଇଥିଲା ଫଳରେ ସେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ଲଛିପୁର ପଂଚାୟତ କଲେଜ ଅଧ୍ୟାପିକା କଲ୍ୟାଣୀ ମିଶ୍ର ବୃଦ୍ଧଙ୍କୁ ଉଦ୍ଧାର କରି ନିଜ ସ୍କୁଟିରେ ଚିକିତ୍ସା ପାଇଁ ନେଇଥିଲେ । ବୃଦ୍ଧ ଜଣକ ମାଟିଆପାଲି ଗାଁର ମତଲବ ସୁନା (୮୫ବର୍ଷ )ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!