ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ

କଳାହାଣ୍ଡି, (ପି.କେ. ସାହୁ) : ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ସରପଞ୍ଚ ଭାରତୀ ସୁନାଙ୍କ ସ୍ୱାମୀ ଭୁପିନ୍ଦର ସୁନା ଏକ ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଠ ନାଗରିକଙ୍କୁ ବାଲସି ନିକଟସ୍ଥ ରେଲଲାଇନ ପାଖରେ ଦେଖି ତୁରନ୍ତ ଏଲଡ଼ର ନିଶୁଳ୍କ ନମ୍ବରକୁ କଲ କରି ଜଣାଇଥିଲେ । ଫୋନ କଲ୍ ପାଇବା ପରେ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଭୁବନେଶ୍ଵର ତରଫରରୁ ତୁରନ୍ତ କେସ୍‌ ଦର୍ଜ କରି ଫିଲ୍ଡ ରେସ୍ପନସ୍ ଅଫିସର ଲିଙ୍ଗରାଜ ନାଗଙ୍କ ପାଖକୁ କେସ୍‌ଟି ପଠାଇ ଦେଇଥିଲେ କେସ୍‌ଟି ପାଇ ଫିଲ୍ଡ ରେସ୍ପନସ୍ ଅଫିସର ତୁରନ୍ତ ଯୋଗାଯୋଗ କରିବା ସହିତ ବଲାଙ୍ଗିର ଫିଲ୍ଡ ରେସ୍ପନସ୍ ଅଫିସ ସୁରେନ୍ଦ୍ର ନାଗଙ୍କ ସହିତ ସେହି ସ୍ଥାନକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଚିକିତ୍ସା ଜରୁରୀ ଥିବାରୁ କେସିଙ୍ଗା ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇ ସେଠାରେ ଚିକିତ୍ସା କରିଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଡ. ଏ. ସାହୁ ଭବାନିପାଟଣା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ସେଠାରେ ସେହି ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଡକ୍ଟରଙ୍କ କହିବା ହିସାବରେ ଭଲ ହେବା ପାଇଁ ସମୟ ଲାଗିବ । ବରିଷ୍ଠ ନାଗରିକ ଭଲ ହେବା ପରେ ଯେହେତୁ ତାଙ୍କର କେହି ଆତ୍ମୀୟ ସ୍ଵଜନ ନାହାନ୍ତି ତେଣୁ ତାଙ୍କୁ ବୃଦ୍ଧାଶ୍ରମକୁ ନିଆଯିବାର ବ୍ୟବସ୍ଥା କରାଯିବ ବୋଲି ଫିଲ୍ଡ ରେସ୍ପନସ୍ ଅଫିସର ଲିଙ୍ଗରାଜ ନାଗ କହିଛନ୍ତି ।

jittmm
Leave A Reply

Your email address will not be published.