oom

ଏକ ନିରବ ବିପ୍ଳବ : ୯୪ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଛି ଭାରତ

jsmm

• ସାମାଜିକ ସୁରକ୍ଷା ବିସ୍ତାର ୧୯%ରୁ ୬୪.୩%କୁ ବୃଦ୍ଧି
• ୩୦.୯୧ କୋଟି ଅସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ
• ପିଏମ ସୁରକ୍ଷା ବୀମା ଯୋଜନାରେ ୫୧.୦୬ କୋଟି ଏବଂ ପିଏମ ଜୀବନ
ଜ୍ୟୋତି ବୀମା ଯୋଜନାରେ ୨୩.୬୪ କୋଟିରୁ ଅଧିକ ଲୋକ ପଞ୍ଜିକୃତ
• ପିଏମ ଶ୍ରମ ଯୋଗୀ ମାନଧାନ ଯୋଜନାରେ ୫୧.୩୫ ଲକ୍ଷ ଶ୍ରମିକ ସାମିଲ
• ୩ କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ରୂପେ ସଶକ୍ତ ହେବାକୁ ଯାଉଛନ୍ତି
• ପିଏମ ଆବାସ ଯୋଜନାରେ ୪ କୋଟି ବାସଗୃହ ଆବଣ୍ଟନ

ନୂଆଦିଲ୍ଲୀ, (ପିଆଇବି) : ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୧୫ରେ ସାମାଜିକ ସୁରକ୍ଷା ବିସ୍ତାର ମାତ୍ର ୧୯ ପ୍ରତିଶତ ଥିବା ବେଳେ ଏହା ୨୦୨୫ରେ ୬୪.୩%କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୯୪ କୋଟି ୩୦ ଲକ୍ଷ ଲୋକ ଅତିକମରେ ଗୋଟିଏ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଉଛନ୍ତି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ମଧ୍ୟ ଭାରତର ଏହି ଅଭୂତପୂର୍ବ ସଫଳତାକୁ ଉଚ୍ଚ ପ୍ରଶଂସା କରିଛି । ଗତ ୧୦ ବର୍ଷ ମଧ୍ୟରେ ଭାରତ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଯାହାକି ବିଶ୍ୱସ୍ତରରେ ଏକ ଉଲ୍ଲେଖନୀୟ ବିସ୍ତାର । ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଚୀନ ପରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ତର୍ଜାତୀୟ ଶ୍ରମ ସଂଗଠନର ପରିଭାଷା ଅନୁଯାୟୀ, କୌଣସି ସମାଜ ଏହାର ନାଗରିକ ଓ ପରିବାରକୁ ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ଏବଂ ଆୟ ସୁରକ୍ଷା ଗ୍ୟାରେଣ୍ଟିକୁ ସାମାଜିକ ସୁରକ୍ଷା କୁହାଯାଏ । ଖାଦ୍ୟ, ବସ୍ତ୍ର, ବାସଗୃହ ଏବଂ ସ୍ୱାସ୍ଥ୍ୟସେବା ଉପଲବ୍ଧତା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସାମାଜିକ ସୁରକ୍ଷା ଅଧୀନରେ ଆସିଥାଏ । ଭାରତରେ ମନରେଗା, ଇପିଏଫଓ, ଇଏସଆଇସି, ଅଟଳ ପେନସନ ଯୋଜନା, ପିଏମ ପୋଷଣ ଭଳି ୩୪ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନା ଜରିଆରେ ନାଗରିକଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଲାଭ ପ୍ରଦାନ କରାଯାଉଛି । ଭାରତରେ ୫୦ କୋଟିରୁ ଅଧିକ ଶ୍ରମିକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଅସଂଗଠିତ କ୍ଷେତ୍ରରେ କାମ କରନ୍ତି । ସେମାନଙ୍କ ହିତରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି । ନୂତନ ଭାରତର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ସଂହିତା ପ୍ରଣୟନ କରାଯାଇଛି । ଡିଜିଟାଲ ଓ ଆର୍ଥିକ ଆଧାର ନିର୍ମାଣ ପାଇଁ ମଧ୍ୟ ଅନେକ ଯୋଜନା ପ୍ରଣୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ ସେବାରୁ ବଞ୍ଚିତ ୫୫.୬୪ କୋଟି ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ୧୪୨ କୋଟି ଆଧାର କାର୍ଡ ଏକକ ଡିଜିଟାଲ ପରିଚୟ ବ୍ୟବସ୍ଥା ଯୋଗାଇ ଦେବା ସହିତ ଠିକ୍ ଲୋକଙ୍କ ପାଖରେ ସରକାରୀ ଯୋଜନାର ସଠିକ୍ ଲାଭ ପହଞ୍ଚାଉଛି । ଡିବିଟି ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ କଲ୍ୟାଣମୂଳକ ଯୋଜନାର ଲାଭ ପହଞ୍ଚି ପାରୁଛି । ଏହାଦ୍ୱାରା ୩.୪୮ ଲକ୍ଷ କୋଟି ଟଙ୍କା ସରକାରୀ ଅର୍ଥ ସଞ୍ଚୟ ହୋଇପାରୁଛି । ୨୦୨୫ ସୁଦ୍ଧା ଦେଶର ୯୯.୬ ପ୍ରତିଶତ ଭାଗରେ ୫-ଜି ସେବା ପହଞ୍ଚିଛି । ଇଣ୍ଟରନେଟ୍ ଡାଟା ଦର ଗତ ଏକ ଦଶନ୍ଧି ମଧ୍ୟରେ ପ୍ରତି ଜିବି ପିଛା ୩୦୮ ଟଙ୍କାରୁ ୯.୩୪ ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କମ ଆୟ ବର୍ଗର ନାଗରିକଙ୍କୁ ଦୁର୍ଘଟଣା ବୀମା ଯୋଗାଇ ଦେଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୫୧.୬ କୋଟି ଲୋକ ସାମିଲ ହୋଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ବାର୍ଷିକ ୨ ଲକ୍ଷ ଟଙ୍କାର ନବୀକରଣଯୋଗ୍ୟ ଜୀବନ ବୀମା ଯୋଗାଇ ଦେଉଛି ତାହା ପୁଣି ବାର୍ଷିକ ମାତ୍ର ୪୩୬ ଟଙ୍କାର ପ୍ରିମିୟମରେ । ମେ ୨୦୨୫ ସୁଦ୍ଧା ଏହି ଯୋଜନାରେ ୨୩ କୋଟି ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩ହଜାର ଟଙ୍କାର ପେନସନ ଯୋଗାଇ ଦେବାକୁ ଉଦ୍ଧିଷ୍ଟ । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ କୋଟି ୩୫ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓରେ ୧୯.୧୪ ଲକ୍ଷ ନୂଆ ପଞ୍ଜିକରଣ ସହିତ ମୋଟ୍ ସଦସ୍ୟଙ୍କ ସଂଖ୍ୟା ୧.୨୯ କୋଟିକୁ ବୃଦ୍ଧି ପାଉଛି । ଲକ୍ଷପତି ଦିଦି ଯୋଜନାରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ପିଏମ ଉଜ୍ଜ୍ୱଳା ଯୋଜନାରେ ୧୦.୩୩ କୋଟି ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟି ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ୯୨.୭୨ ଲକ୍ଷ ଆବାସ ଯୋଗାଇ ଦିଆଯାଇଥିବା ବେଳେ ଏଥିମଧ୍ୟରୁ ୯୦ ଲକ୍ଷ ବାସଗୃହର ମାଲିକ ମହିଳା । ପିଏମ ଗ୍ରାମୀଣ ଆବାସ ଯୋଜନାରେ ୨.୭୭ କୋଟି ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୦% ବାସଗୃହ ଏସସି,ଏସଟି ଏବଂ ୨୫.୨୯% ମହିଳା ହିତାଧିକାରୀ ଅଛନ୍ତି । ଇ-ଶ୍ରମ ପୋର୍ଟାଲରେ ୫୩.୭୭% ମହିଳା ଶ୍ରମିକଙ୍କ ସମେତ ୩୦.୯୧ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଅଟଳ ପେନସନ ଯୋଜନାରେ ଅସଂଗଠିତ ଶ୍ରମ କ୍ଷେତ୍ରର ୭.୨୫ କୋଟି ହିତାଧିକାରୀ ପଞ୍ଜୀକରଣ କରିଥିବା ବେଳେ ୪୩ ହଜାର ୩୭୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ସୃଷ୍ଟି କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୩.୭ ଲକ୍ଷରୁ ଅଧିକ କାରିଗର ଆର୍ଥିକ ପ୍ରୋତ୍ସାହନ ରାଶି ଏବଂ ଟୁଲକିଟ୍ ପାଇଛନ୍ତି । ଏବେ ସୁଦ୍ଧା ୪୧.୨୯ କୋଟି ଆୟୁଷ୍ମାନ କାର୍ଡ ଜାରି କରାଯାଇଛି ଯାହା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟବୀମା ମିଳିପାରୁଛି । ସାରା ଦେଶରେ ୩୨ ହଜାରରୁ ଅଧିକ ହସ୍ପିଟାଲ ଏଥିରେ ପଞ୍ଜିକୃତ ହୋଇଛନ୍ତି । ୭୭ କୋଟି ନାଗରିକଙ୍କର ଆୟୁଷ୍ମାନ ଭାରତ ଡିଜିଟାଲ ଆକାଉଣ୍ଟ ଖୋଲାଯାଇ ସେଥିରେ ସେମାନଙ୍କର ସ୍ୱାସ୍ଥ୍ୟ ସଂକ୍ରାନ୍ତ ତଥ୍ୟ ରେକର୍ଡ ରଖାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ୬୭ ଲକ୍ଷରୁ ଅଧିକ ଲୋକ ମାଗଣାରେ ଖାଦ୍ୟଶସ୍ୟ ପାଇପାରୁଛନ୍ତି । ଦିବ୍ୟାଙ୍ଗଜନ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ।

jittmm
Leave A Reply

Your email address will not be published.