
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ନୂଆପଡ଼ା ଜିଲ୍ଲା ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏନେଇ ଜିଲ୍ଲାପାଳ ମଧ୍ୟ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି । ମଙ୍ଗଳବାର ନୂଆପଡ଼ା ବ୍ରାହ୍ମଣ ସମାଜ ପକ୍ଷରୁ ତାଙ୍କ ବାସଭବନକୁ ଆସି ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇ ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି । ଏହି ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ସଞ୍ଜୟ ପୁରୋହିତ, ଶଙ୍କର ପୁରୋହିତ, ଅନୁପ କୁମାର ପଣ୍ଡା, ସୁଶାନ୍ତ ପତି, ଜୟ କୁମାର ହୋତ, ତାଙ୍କ ବଡ଼ ବାପା ଠାକୁର ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ପଣ୍ଡା ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ନିକଟସ୍ଥ କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପାଠ ପଢୁଥିଲେ । ପିଲାବେଳୁ ମେଧାବୀ ଛାତ୍ରୀ ଥିଲେ । ତାଙ୍କ ବାପ ଜଣେ ହାଇସ୍କୁଲ ଶିକ୍ଷକ ଥିବା ବେଳେ ତାଙ୍କ ମା ସୀତା ମିଶ୍ର ଗୂହିଣୀ ଅଟନ୍ତି । ତାଙ୍କ ସଫଳତାରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି ।