centurian jitm

ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ଚୈତ୍ର ମେଳା ମହୋତ୍ସବ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ଠାରେ ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ବାର୍ଷିକ ଚୈତ୍ର ମେଳା ମହୋତ୍ସବ ସ୍ଥାୟୀ ସଭାପତି ଯୁଧିଷ୍ଠିର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପାଇକମାଲ ବ୍ଲକସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର କଲ୍ୟାଣ ମଣ୍ଡପ ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ଗଣ୍ଡାବଜା ଦ୍ୱାରା ଶତାଧିକ ମହିଳା ପୁରୁଷ ମିଶି କଳସ ଶୋଭାଯାତ୍ରା କରିଥିଲେ । ନୃସିଂହନାଥ ମନ୍ଦିର ଠାରୁ ପାଣି ଆଣି ଲକ୍ଷେ ଘର ଗଣ୍ଡା ସମାଜର ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରି ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଭୋଜରାଜ ବାଗ, ଉପଦେଷ୍ଟା ମଣ୍ଡଳୀର କ୍ଷେତ୍ରୀ ଲୁହାର, ମନୋରଞ୍ଜନ ସୁନା, ଯୁଗଳ କିଶୋର ମହାନନ୍ଦ, ବେର୍ଣି ମହାନନ୍ଦ, ସଂପାଦକ ରାଜୁ ମହାନନ୍ଦ ଓ ଲଳିତ ଜଗତ ମଞ୍ଚାସୀନ ଥିଲେ । ଏହି ମହୋତ୍ସବରେ ବ୍ଲକର ୧୨ ଗୋଟି ପଂଚାୟତ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ରହିଥିଲେ । ସଭାକାର୍ଯ୍ୟକୁ ମନୋରଞ୍ଜନ ସୁନା ପରିଚାଳନା କରିଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ଵାରା ଫୋକ ଥିଏଟର (ଲୋକ ନାଟକ)ରେ ସିନିୟର୍ ଫେଲୋସିପ ଆୱାର୍ଡ଼ ପାଇ ନିଜ ସମାଜ ତଥା ଜାତି ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଲଳିତ ଜଗତଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ବିଶେଷ ସହଯୋଗ କରିଥିଲେ ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ଡି, ଦିଲ୍ଲୀପ କୁମ୍ଭାର, ନୃପରାଜ୍ ସୁନା, ଶୁଭ ଛତର, ହରିରାମ ତାଣ୍ଡି ଓ ସମସ୍ତ ପଂଚାୟତର କାର୍ଯ୍ୟକର୍ତ୍ତା । ଶେଷରେ ରାଜୁ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.