oum

ପ୍ରସୂତି ମହିଳାଙ୍କୁ ରକ୍ତଦାନ କଲା ଯୁବ କୁଲୁତା ସମାଜ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଟକର୍ଲା ଗ୍ରାମର ସୁଷମା ଭୁକ୍ତା ସ୍ଥାନୀୟ ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଜରୁରିକାଳୀନ ପରିସ୍ଥିତି ରକ୍ତ ଆବଶ୍ୟକ ହେବାରୁ ରାତି ୪ ଟାରେ ତାଙ୍କ ସ୍ୱାମୀ ଉତ୍ତମ ବେହେରା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ୍‌ ମାଧ୍ୟମରେ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଶଙ୍କର ପ୍ରଧାନ ଆସି ରକ୍ତଦାନ କରିଥିଲେ । ରକ୍ତଦାନ ସମୟରେ ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ, ଗଜାନନ ସ୍ୱାଇଁ, ଆୟୁଷ ପ୍ରଧାନ, ଗଙ୍ଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶଙ୍କର ପ୍ରଧାନଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମୁରଲିଧର ବିଶ୍ୱାଲ ଓ ଓଡିଶା କୁଲୁତା ସମାଜ ସହ ସଂପାଦକ କ୍ଷେତ୍ରବାସୀ ପ୍ରଧାନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.