ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର । ଆମ୍ବେଦକର ବାଦକୁ ଆପଣେଇ ସାମାଜିକ ସଚେନତା ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରେ ସାମିଲ ହୋଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳିତ ସମାଜର ଭୋଟର ମାନଙ୍କୁ ବିଜେଡି ଆଡକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସାମାଜିକ ଚେତନା କାର୍ଯ୍ୟ ନିଜ ପରିବାରର ଓ ତାଙ୍କ ଗୁରୁ ଈଶ୍ୱର ନନ୍ଦଙ୍କ ଠାରୁ ପ୍ରେରଣା ପାଇଥିଲେ ଆକାଶ ସାଗର । ନିଜ ଭାଇ ଆଲୋକ ସାଗର ନିଶାଖୋର ଆଡକୁ ଗତି କରୁଥିବା ବେଳେ ତାଙ୍କୁ ବାଟରେ ଆଣି ସାମାଜିକ ସ୍ରୋତରେ ସାମିଲ କରିବାରେ ସକ୍ଷମ ହୋଇଥିଲେ । ନିକଟରେ ମଧ୍ୟ ପ୍ରଦେଶର ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତାରେ ୱେଟ୍ ଲିଫ୍‌ଟିଙ୍ଗରେ ଆଲୋକ ସାଗର ଅଂଶ ଗ୍ରହଣ କରି ସ୍ଵର୍ଶ ପଦକ ହାସଲ କରି ପୁଣି ଆନ୍ତର୍ଜାତୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ ଅଷ୍ଟେଲିଆକୁ ଯିବେ । ଏହା ଅଂଚଳ ପାଇଁ ଗୌରବର କଥା । ଆକାଶ ସାଗର କହିବା କଥା ଯେ, ଆଲୋକର ଏହି ସଫଳତାରେ ଗୁରୁ ଈଶ୍ୱର ନନ୍ଦ ଓ ମୋର ପରିବାରରେ ସମସ୍ତେ ଗର୍ବିତ । ତାଙ୍କ ଭାଇ ସାଙ୍ଗ ଦୋଷରେ ବାଟବଣା ହେବାକୁ ଯାଉଥିଲା । କିନ୍ତୁ ଠିକ୍ ବାଟରେ ଆସି ଆଜି ଯେଉଁ କୃତିତ୍ୱ ଅର୍ଜନ କରିଛି । ତାହା ସମଗ୍ର ଯୁବ ସମାଜ ପାଇଁ ଏକ ପ୍ରେରଣା । ରାଜନିତତୀରେ ଯୋଗ ଦେବାର ଉର୍ଦ୍ଦେଶ୍ୟ ହେଲା ଦଳିତ ସମାଜ ତଥା ତଳସ୍ତର ଲୋକଙ୍କ ପାଇଁ କିଛି କରିବାକୁ ଲକ୍ଷ୍ୟ । ସେ ଗତ ନିର୍ବାଚନରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଦଳିତ ସମାଜର ସଂଗଠିତ କରିବା ଦାୟିତ୍ଵ ଦେଇଥିଲେ । ସାମାଜିକ କାର୍ଯ୍ୟ ସହ ଲୋକଙ୍କ ପାଇଁ କିଛି କରିବାର ଆଶାନେଇ ପ୍ରତ୍ୟକ୍ଷ ରାଜନିତୀର ଯୋଗଦେଲି । ଦଳିତ ସମାଜ ସେବା ମୂଳ ଲକ୍ଷ୍ୟ କାହାକୁ କେତେ ବେଳେ କେଉଁ ସୁଯୋଗ ମିଳିବ କେହି କହି ପାରିବେ ନାହିଁ । ରାଜନିତି ଏକ ଅନିଶ୍ଚିତତାର ଖେଳ । ଏଣୁ ସୁଯୋଗ ଆସିଲେ ସୁଯୋଗର ହାତ ଛଡା କରିବି ନାହିଁ ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱାଭୀମାନ ସହ ବଞ୍ଚିବାର ଅଧିକାର ଅଛି । ନିଜର ସମ୍ବିଧାନିକ ଅଧିକାର ବାବଦରେ ନିଶ୍ଚିତ ରୂପେ ଜାଣିବାକୁ ଚେଷ୍ଟା କରନ୍ତୁ । ଶିକ୍ଷାକୁ ସବୁଠାରୁ ଅଧୁକ ଗୁରୁତ୍ୱ ଦିଆଯାଉ । ନିଜର ଅଧିକାର ପାଇଁ ମୁଣ୍ଡ ନ ନୂଆଇ ଲଢ଼େଇ କରାଯାଉ । ସାମାଜିକ କ୍ଷେତ୍ରରେ ହେଉ କି ରାଜନୀତି କ୍ଷେତ୍ରରେ ଏକତ୍ରିତ ଭାବେ କାର୍ଯ୍ୟ କଲେ, ସମାଜରେ ଭନ୍ନତି ନିଶ୍ଚି ରୂପେ ଆସିବ । ବାବାସାହେବ ଆମ୍ବେଦକର ଦେଖୁଥୁବା ସ୍ୱପ୍ନ ପୁରଣ ହେବ ବୋଲି ଦୃଢ଼ ଆଶାବାଦୀ ।

Leave A Reply

Your email address will not be published.