om academy

ଅନାଥ ଛାତ୍ରଙ୍କ ଉଚ୍ଚତର ଶିକ୍ଷା ପାଇଁ ସହାୟତା ଦେଲା ଅଘିରିଆ ସମାଜ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ମାର୍ଚ୍ଚ ୧ ତାରିଖ ଏକ ବିବାହୋତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ସମୟରେ ବଲାଙ୍ଗିର ଆଇଟିଆଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଲୋଇସିଂହା ବ୍ଲକ ବିର୍କେଲ ଗ୍ରାମର ଦମ୍ପତ୍ତି ଭାଗ୍ୟଧର ପଟେଲ ଓ ସୁରେଖା ପଟେଲଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ମୃତ ଦମ୍ପତ୍ତିଙ୍କ ଚାରି ଝିଅ ଓ ଏକମାତ୍ର ପୁଅଙ୍କ ମଧ୍ୟରୁ ଦୁଇ ଝିଅଙ୍କ ବାହାଘର ସରିଥିବା ବେଳେ ଆଉ ଦୁଇ ଝିଅ ଓ ପୁଅ ପାଠ ପଢୁଛନ୍ତି । ଦୁର୍ଘଟଣା ସମୟରେ ଅଘରିଆ ସମାଜ ଜିଲ୍ଲା ସଭାପତି ଶୁଭ୍ରାଂଶୁ ପଟେଲ ମୃତ ଦମ୍ପତିଙ୍କ ପିଲାମାନଙ୍କୁ ଅନାଥ ହେବା ପାଇଁ ଦିଆଯିବ ନାହିଁ ବୋଲି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି ସଭାପତି ଶ୍ରୀ ପଟେଲ କୁଶଙ୍ଗ ସ୍ଥିତ ଡିଗ୍ରୀ କଲେଜରେ ଅଘରିଆ ସମାଜର ଶିକ୍ଷା ବିକାଶ ପାଣ୍ଠିରୁ ନଗଦ ୯ ହଜାର ଟଙ୍କା ଖର୍ଚ୍ଚ କରି ମୃତ ଦମ୍ପତ୍ତିଙ୍କ ଏକମାତ୍ର ପୁଅ ସୁଜିତର ଯୁକ୍ତ ୩ରେ ନାମ ଲେଖାଇଥିଲେ । ଏଥି ସହିତ ଯୁକ୍ତ ୩ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ଉପରୋକ୍ତ ପାଣ୍ଠିରୁ ସଂପୃକ୍ତ ଛାତ୍ରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ନାମଲେଖା ସମୟରେ ଅଘରିଆ ସମାଜର ଜିଲ୍ଲା ସଭାପତି ଶ୍ରୀ ପଟେଲଙ୍କ ସମେତ ବିର୍କେଲ ଗ୍ରାମର ସୈନ୍ୟ ବିଭାଗର ଅବସର ପ୍ରାପ୍ତ ହାବିଲଦାର ଓମ୍‌ପ୍ରକାଶ ପଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.