ବ୍ରହ୍ମାକୁମାରୀ ସଂସ୍ଥାନରେ ନିଆରା ରାକ୍ଷୀ ପୂର୍ଣ୍ଣିମା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ଧର୍ମୀ ପ୍ରଥାରେ ଭଉଣୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କର ଶୁଭ ମନାସୀଛନ୍ତି । ଈଶ୍ୱରୀୟ ଭାବନା ନେଇ ସମସ୍ତ ଭାଇମାନେ ବ୍ରହ୍ମାକୁମାରୀ ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ୱକୁ ପ୍ରତିପାଦନ କରିଥିଲେ । ବ୍ରହ୍ମାକୁମାରୀ ସଂସ୍ଥାନର ମୁଖ୍ୟ ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପବିତ୍ର ରକ୍ଷାବନ୍ଧନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଆଶ୍ରମରେ ରକ୍ଷାବନ୍ଧନ ସରିବା ପରେ ବ୍ରହ୍ମାକୁମାରୀ ଭଉଣୀ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ବହୁ ପ୍ରଶାସନିକ ଅଧିକାରୀଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧି ଏହି ନିଆରା ମହତ୍ତ୍ୱ ସମ୍ପର୍କରେ ସଭିଙ୍କୁ ଅବଗତ କରାଇଛନ୍ତି ।

Leave A Reply

Your email address will not be published.