jayashree

ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନର ଆବାସିକ କଲୋନୀ ଅଞ୍ଚଳରେ ଅବସ୍ଥିତ ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ରବିବାର ପବିତ୍ର କୃଷ୍ଣପକ୍ଷ ତୃତୀୟା ତିଥି ଦିନ ମହାସମାରୋହରେ ସମାହିତ ହୋଇଯାଇଛି । ଏହି ଜଗନ୍ନାଥ ମନ୍ଦିର ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ତତ୍କାଳୀନ ଆଇ.ଆର.ଇ.ଏଲ. (ଇଣ୍ଡିଆ) ଲିଃ. ଜେନେରାଲ ମ୍ୟାନେଜର (ଏଚ.ଆର.ଏମ୍) ଦୁର୍ଯ୍ୟୋଧନ ରାଉତଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଥିଲା ବୋଲି କୁହାଯାଏ । ଦୀର୍ଘ ୨୪ବର୍ଷ ପୂର୍ତ୍ତି ଅବସରରେ ରବିବାର ପୂର୍ବାହ୍ଣରେ ଆୟୋଜିତ କଳସ ଯାତ୍ରାରେ ନାରୀମାନଙ୍କ ଦ୍ୱାରା ଜଳ ଲାଗି ହୋଇ ନଗର ପରିକ୍ରମଣ ବେଶ ଉତ୍ସାହପୂର୍ଣ୍ଣ ଥିଲା । ପରେ ଦୀକ୍ଷାଗ୍ରହଣ, ଶାଳା ପ୍ରବେଶ, ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନା ହୋଇ ଶ୍ରୀମଦ୍‌ ଭାଗବତ ଗୀତା ପଠନ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞାନୁଷ୍ଠାନ ରାତ୍ରୀ ୯ ଘଣ୍ଟା ୩୦ମିନିଟ୍‌ ସମୟରେ ପୂର୍ଣ୍ଣାହୂତି ହୋଇଥିଲା । ମଧ୍ୟାହ୍ନରେ ଆନନ୍ଦ ବଜାର ବ୍ୟବସ୍ଥାପନା ହୋଇଥିବା ବେଳେ ଏଥିରେ ଆଖପାଖ ଅଞ୍ଚଳରୁ ପ୍ରାୟତଃ ୫ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ । ଯଜ୍ଞ ପୂର୍ଣ୍ଣାହୂତି ହୋଇଥିବା ବେଳେ ରାତ୍ରି ୧୦ ଘଣ୍ଟା ବେଳେ ସ୍ଥାନୀୟ କଲୋନୀବାସୀ ମନ୍ଦିର କମିଟି ପ୍ରମୁଖ ଉତ୍ସବରେ ଯୋଗଦାନ କରି ପ୍ରସାଦ ସେବନ କରି ଚରମାନନ୍ଦ ଅନୁଭବ କରିଥିଲେ । ପୂର୍ବତନ କର୍ମଚାରୀ ତଥା ଆଇ.ଆର.ଇ. ଜଗନ୍ନାଥ ମନ୍ଦିର କମିଟିର ସକ୍ରିୟ ଅଂଶଗ୍ରହଣରେ ଯଜ୍ଞାନୁଷ୍ଠାନ ସଫଳ ହୋଇଥିଲା ।

Leave A Reply

Your email address will not be published.