om academy

ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ଓ ଯମୁନା ସ୍ନାନ ସମାହିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ହୋଇ ସୋମବାର ସକାଳେ ଯମୁନା ସ୍ନାନ ସମାହିତ ହୋଇଯାଇଛି । ସୋମବାର ସକାଳେ ଦଧିହାଣ୍ଡି ଭଗ୍ନ, ସମସ୍ତ ଯଜ୍ଞ କୁଣ୍ଡରେ ଚାରମାଳ ଫିଟା, ବର୍ଣ୍ଣାଢ଼୍ୟ ପଟୁଆରରେ ଯମୁନା ସ୍ନାନ ସମ୍ପନ୍ନ ହୋଇଯାଇଛି । ୧ ହଜାର ୮ ପୂର୍ଣ୍ଣକଳସକୁ ମହିଳାମାନେ ମସ୍ତକରେ ଧରି ନଗର ପରିଭ୍ରମଣ କରି ଯମୁନା ସ୍ନାନ କରିଥିଲେ । ଏହି ପ୍ରଥା ପରମ୍ପରା କ୍ରମେ ପବିତ୍ର ଋଷିକୂଲ୍ୟା ନଦୀରେ ମହାଯଜ୍ଞ ବିସର୍ଜନ ହୋଇଯାଇଛି । ସୋମବାର ପବିତ୍ର ସଂକ୍ରାନ୍ତି ଅବସରରେ ଦେବୀଙ୍କ ଅପରୂପ ସୌନ୍ଦର୍ଯ୍ୟମୟୀ ଦେବୀଙ୍କ ଭକ୍ତିଲୀଳା ଦର୍ଶନ କରି ବିଭୂକୃପା ଲାଭ କରିଥିଲେ ଏବଂ ଅଗଣିତ ଭକ୍ତମାନେ ଉଦ୍‌ଯାପନୀ ଅବସରରେ ଶେଷ ଅନ୍ନପ୍ରସାଦ ସାରି ଅନେକ ଖୁସିବ୍ୟକ୍ତ କରିଛନ୍ତି ।

ପ୍ରକାଶ ଥାଉକି, ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପ୍ରାସାଦ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ତ୍ରିଶକ୍ତି ସ୍ୱରୂପିଣୀ ଦେବୀ ରାମଚଣ୍ଡୀଙ୍କ ନବକଳେବର ବିଧାନ ସମ୍ପନ୍ନ ମଧ୍ୟ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ସାମାରୋହରେ ଆୟୋଜିତ ଯଜ୍ଞାନୁଷ୍ଠାନ ଓ ଧର୍ମସଭାରେ ଜନସମୁଦ୍ରମୟ ହୋଇଥିଲା । ଏହି ମହୋତ୍ସବ ସାମାରୋହର ଯେତିକି ମହତ୍ତ୍ୱପୂର୍ଣ୍ଣ ଥିଲା, ସେତିକି ଅନନ୍ୟ ଓ ନିଆରା ହୋଇଥିଲା । ଯାହାକି ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଗାଥା ଇତିହାସରେ ପ୍ରସିଦ୍ଧତାର ପରିଚୟ ସୃଷ୍ଟି କରିଛି । ଆଗାମୀ ଦିନ ଚୈତ୍ରମାସରେ ଲୀଳାମୟୀ, କରୁଣାମୟୀ, ପ୍ରେମମୟୀ, କୃପାମୟୀ ଦେବୀଙ୍କ ଅନେକ ଦର୍ଶନ ଲୀଳାରେ ଭକ୍ତଙ୍କ ଅହେତୁକ ସମାଗମ ହେବାର ଆଶା କରାଯାଉଛି ।

Leave A Reply

Your email address will not be published.