om academy

ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଶୀତଳା ଦେବୀ ବେଶରେ ପୂଜାସମ୍ଭାର ସମାହିତ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନ ପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ପଞ୍ଚମ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ରୀତିକାନ୍ତି ସହ ସମ୍ପନ ହୋଇଛି । ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଆଜି ଶୀତଳା ଦେବୀ ବେଶରେ ପୂଜାସମ୍ଭାର ସମାହିତ ହୋଇ ପୂଜା ବିଧିମତେ ସମ୍ପାଦିତ ହୋଇଯାଇଛି । ମଧ୍ୟରାତ୍ରି ୨ଘ.୩୦ ମିନଟରେ ମା’ଙ୍କ ର ମଙ୍ଗଳଆଳତୀ ପ୍ରତ୍ୟୁଷରେ ମାର୍ଜଣା, ତଡପ ଲାଗି, ମଇଲମ, ଦେବୀଙ୍କ ବେଶ, ଆବାହନ, ରାଜ-ଆଳତୀ ତଥା ଋଷିକୁଲ୍ୟାରୁ କଳସରେ ଜଳ ଆଣି ମହାମାରୀ କୋରନାର ପ୍ରକୋପ ଦୂର ହେବା ପୂର୍ବକ ଜନ ସମାଜଙ୍କ ସୁରକ୍ଷିତ ମଣିବା, ଆଶୁ ଆରୋଗ୍ୟ କାମନା କରାଯାଇଛି । ପୂଜା ହୋମ ଆଦି ଷୋଡଶ ପୂଜାର୍ଚ୍ଚନା ବିଧିମତେ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଦେବୀଙ୍କ ଆରତୀ, ବାଳଭୋଗ, ବିଶ୍ରାମ ଆଦି ବିଧିମତେ ସମ୍ପନ ହେବ ବୋଲି ପୂଜକ ବାପୁଜୀ ରଣା ସୂଚନା ଦେଇଛନ୍ତି । ତାରାତାରିଣୀ ଟ୍ରଷ୍ଟ ବୋର୍ଡ଼ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ ପ୍ରମୁଖ ତାରାତାରିଣୀ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ, କମିଟୀର ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସୂଚାରୁ ରୂପେ କାର୍ୟ୍ୟସମ୍ପାଦନ କରିଥିଲେ । ଜିଲ୍ଲାପ୍ରଶାସନର କୋରନା କଟକଣା ଲାଗି ଅଗଣିତ ଭକ୍ତଙ୍କୁ ସାଧାରଣ ଦର୍ଶନ ବନ୍ଦ କରିଦିଆଯାଇଛି । ଯାହା ଫଳରେ ମା’ଙ୍କ ଚୈତ୍ର-ପର୍ବ ଉତ୍ସଵ ବ୍ୟାପକ ଫିକା ପଡିଯାଇଛି । କୋରନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ ରଖି ଆଗକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନଲାଗି ପ୍ରବେଶ ବନ୍ଦ ହୋଇପାରେ । ଏନେଇ ନିୟୋଜିତ ସେବାୟତଙ୍କର ଆର୍ଥିକ ସମସ୍ୟା ଉପରେ କୁପ୍ରଭାବ ପଡିଛି । ଏହାରି ଉପରେ ନିର୍ଭରକରି ଚଳୁଥିବା ବାଣିଜ୍ୟ- ବ୍ୟବସାୟିକ ଉପଭୋକ୍ତାଙ୍କ ଏବଂ ସବିଶେଷ ଦିଗରେ ଅର୍ଥନୈତିକ ଉପରେ ବିରାଟ ବାଧା ସଙ୍କଟ ଉପୁଜିଥିବା ଜଣାଯାଏ ।

Leave A Reply

Your email address will not be published.