oom

ହଳଦୀ ବଜାର ଛକରୁ ଦୋକାନ ସର୍ଟର ଭାଙ୍ଗି ୩୦ହଜାର ଟଙ୍କାର ସାମଗ୍ରୀ ଚୋରୀ

  • ତୃତୀୟ ଥର ପାଇଁ ଚୋରୀ, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ସଦର ମହକୁମାର ବ୍ୟସ୍ତବହୁଳ ବଜାର ଛକରୁ ଏକ କିରାନା(ପାନ) ଦୋକାନର ସର୍ଟର ଭାଙ୍ଗି ୩୦ହଜାର ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ହଳଦୀ ଗ୍ରାମର ସନମତ ହାତୀଙ୍କ ପୁଅ ଅନୀଲ କୁମାର ହାତୀ(୩୧) ବଜାର ଛକରେ ଏକ କିରାନା(ପାନ)ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଶନିବାର ରାତି ସାଢ଼େ ୯ଟାରେ ସେ ଦୋକାନ ସର୍ଟର ବନ୍ଦ କରି ନିଜ ଘରକୁ ଚାଲିଯାଇଥିଲେ । ମଧ୍ୟ ରାତ୍ରୀରେ ତାଙ୍କ ଦୋକାନର ସର୍ଟର ଭାଙ୍ଗି ସମସ୍ତ ସାମଗ୍ରୀ ଚୋରୀ ହୋଇଥିବା ସେ ସକାଳୁ ଦୋକାନ ଖୋଲିବାକୁ ଆସି ଦେଖିବାକୁ ପାଇଥିଲେ । ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସେ ଏ ସମ୍ପର୍କରେ ସ୍ଥାନୀୟ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ସହ ଆସି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅନୀଲଙ୍କ ଏହି ଦୋକାନରେ ତୃତୀୟ ଥର ପାଇଁ ଏଭଳି ଚୋରୀ ହୋଇଥିବା ସେ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଅନୀଲଙ୍କ ଏତଲା ଆଧାରରେ ପୁଲିସ ହଳଦୀ ବଜାର ଛକରେ ଥିବା ଦୋକାନକୁ ପହଞ୍ଚି ତଦନ୍ତ କରିଥିଲା । ଏ ସମ୍ପର୍କରେ ଥାନାରେ କେଶନ ୧୧୯/୨୫ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.