om academy

ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ : ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା ପରେ ପୁରୋହିତ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥି ପୂଜା ନୀତି ଆରମ୍ଭ କରିଥିଲେ । ଏହାପରେ ମନ୍ଦିର ପୂଜକ ମହେଶ୍ୱର ପଣ୍ଡାଙ୍କ ସମେତ ସମସ୍ତ ପୂଜକମାନେ ୧୦୮ ଢାଳ ସୁବାସିତ ଜଳରେ ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶ କରାଯାଇଥିଲା । ମନ୍ଦିର ଟ୍ରଷ୍ଟି ମଧୁସୂଦନ ଦାସ, ଟି. ଶ୍ରୀନିବାସ ରାଓ, ଲୋକନାଥ ପାଢ଼ୀ, ଜୀବାନନ୍ଦ ମହାରଣାଙ୍କ ସମେତ ବ୍ରାହ୍ମଣ ସମାଜ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ନାନ ଯାତ୍ରା ଦେଖିବା ପାଇଁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.