ଜାତୀୟ କ୍ରୀଡା ବିଜୟିନୀଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୩୮ତମ ଜାତୀୟ କ୍ରୀଡାରେ ଲନବଲରେ ରୌପ୍ୟ ବିଜେତା ରାଜେଶ୍ଵରୀ ସେଠ ଏବଂ ରୋଶନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେଇଥିବା ଜାତୀୟ କ୍ରୀଡାରେ ବଲାଙ୍ଗିରରର ଏହି ଦୁଇ ଖେଳାଳି ରୌପ୍ୟ ଜିତିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ରାଜେଶ୍ଵରୀ ସେଠ ଏବଂ ରୋଶନୀ ସାହୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ପୁଷ୍ପଗୁଚ୍ଛ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତ କ୍ଷେତ୍ରରେ ବଲାଙ୍ଗିରର ନାମ ଆଗକୁ ନେବାକୁ ଆହ୍ଵାନ କରିଥିଲେ । ସମସ୍ତ ଦିଗରେ ନିଜର ଶତପ୍ରତିଶତ ଦେବାକୁ ତଥା ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବାରୁ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବେ ବୋଲି କହିଥିଲେ । କୃତି ଖେଳାଳି ଭାଷଣ ଦେଇ ନିଜର ଖୁସିବ୍ୟକ୍ତ କରିବା ସହ କ୍ରୀଡା କ୍ଷେତ୍ରରେ ଉନ୍ନତ ମନୋନିବେଶ କରିବାକୁ କହିଥିଲେ । ଏହି ସଭାରେ ଜିଲ୍ଲା ମୁଖ୍ୟ କ୍ରୀଡାଧିକାରୀ ରାଜେନ୍ଦ୍ର ନାୟକ ଏବଂ କୋଚ ପରାଶର ବାଗ, କ୍ରୀଡା ସଂଗଠକ ସୁମିତ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.