ଆଳୁ ସମସ୍ୟାର ସମାଧାନ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରମୁଖ ବଜାରରେ ଆଳୁର ଦର ଆକାଶ ଛୁଆଁ ରହିଛି । ତେଣୁ ଆଳୁର ମହଜୁଦ ରହିଥିବା ବିଷୟରେ ଜାଣିବାକୁ ମିଳୁଛି ଯେ’ ପଶ୍ଚିମବଙ୍ଗରୁ ଆଳୁ ଆସିବା ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ପଡ଼ୋଶୀ ପଶ୍ଚିମବଙ୍ଗରୁ ଆଳୁ ଆଣିବା ବଦଳରେ ୟୁ.ପି.ରୁ ଆଳୁ ଆମଦାନୀ କରାଯିବା ଉପରେ ଚୂଡ଼ାନ୍ତ ଆଲୋଚନା ହେବା ଜରୁରୀ ଅଟେ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି । ଆଳୁର ଯଥେଷ୍ଟ ପରିମାଣରେ ମହଜୁଦ୍‌ ଉପଲବ୍ଧ ହେବା ଆବଶ୍ୟକ । ଗୋଦାମ ଗୁଡ଼ିକରେ ଏବେ ଆଳୁର ମହଜୁଦ୍‌ କମ୍ ଥିବା ନେଇ ଆଳୁର ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି । ଏଣେ ରାଜ୍ୟ ସରକାର ଏକ ଦୃଢ଼ ନିଷ୍ପତ୍ତି ନେଲେ ଖାଉଟି ମାନେ ହନ୍ତସନ୍ତରୁ ମୁକୁଳିବେ । ଖୁବଶୀଘ୍ର ସରକାର ଉଚିତ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି । ଖବର ନେବାରେ ଜଣାଯାଇଛି ଯେ’ ଭୁବନେଶ୍ୱରର ଆଇଗିଣିଆ ଗୋଦାମକୁ ଆସିଛି ପଶ୍ଚିମବଙ୍ଗ ଆଳୁ ପଶ୍ଚିମବଙ୍ଗରୁ ୩ଟି ଗାଡ଼ି ଟ୍ରିପ୍ ଓ ୟୁପିରୁ ଗୋଟିଏ ଗାଡ଼ି ଆସିଛି । ଖାଉଟି ଓ ବ୍ୟାପାରିଆମାନଙ୍କ ପାଇଁ ଏହା ନିଅଣ୍ଟିଆ ଅଟେ । ଏଣେ ରାଜ୍ୟରେ ୧୫-୧୬ ହଜାର ଟନ୍ ଆଳୁ ମହଜୁଦ୍‌ ଅଛି । ଦିନକୁ ପ୍ରାୟ ୫ ହଜାର ଟନ୍ ଆବଶ୍ୟକତା ରହିଛି ବୋଲି ଜଣାଯାଇଛି । ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିବା ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.