କେଶବ ନଗର ଶାଖାର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର କେଶବ ନଗର ଶାଖା ତରଫରୁ ମାସିକ ସାରସ୍ଵତ ସମାବେଶ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ଶିକ୍ଷାବିତ୍ ବିଜୟିନୀ ଜେନାଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ସ୍ୱାଧୀ ପ୍ରତିଭା ଚୈତନ୍ୟ, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ଯୋଗଦେଇ ଆଲୋଚ୍ୟ ବିଷୟ ଭଗବତ୍ ଗୀତା : ସାମ୍ପ୍ରତିକ ଛାତ୍ର ଜୀବନରେ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଭଗବତ୍ ଗୀତା କିପରି ଆମ ସାମଗ୍ରୀକ ଜୀବନକୁ ପ୍ରଭାବିତ କରିବା ସହ ସତ୍ ପଥରେ ଯିବା ପାଇଁ ପ୍ରେରିତ କରିଥାଏ ତଥା ଏହା ମାଧ୍ୟମରେ ଛାତ୍ର ଜୀବନ କିପରି ଶୃଙ୍ଖଳିତ, ସଂସ୍କାରିତ ହୋଇଥାଏ ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ୍ କଥନ ରଖିଥିବାବେଳେ ବିଦ୍ୟାଳୟ ପ୍ରମୁଖ ଅନୁରାଧା ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖି ସୁଶ୍ରୀ ସ୍‌ସ୍ମ୍ମୃତିଶ୍ରିୟା ପଲାଇ, ସୁଶ୍ରୀ ଶୁଭଶ୍ରୀ ରାଉତ, ସୁଶ୍ରୀ ସ୍ୱାତୀ ପରିଡା ପୁରସ୍କୃତ ହୋଇଥିଲେ । ଶେଷରେ ଶାଖା ସହ ସମ୍ପାଦକ ମମତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁମା ପୁଷ୍ପଲତା ବିଶ୍ୱାଳ, ପ୍ରତିଭା ସାହୁ, ଅଞ୍ଜନା ବାରିକ, ପୁଷ୍ପଲତା ଦାସ, ନନ୍ଦିତା ମଲ୍ଲିକ, ସୁଜାତା ମହାନ୍ତି, ଲକ୍ଷ୍ମୀ ପରିଡା, ବିନୋଦିନୀ ପାତ୍ର, ଅଳକା ମହାନ୍ତି, ସବିତା ମହାପାତ୍ର, ଲଳିତା ବେହେରା, ସୁମିତ୍ରା ମିଶ୍ର, ଗୀତାଞ୍ଜଳି ରଣା, ଜନ୍ମଞ୍ଜୟ ସୁଆର, ଶ୍ୟାମସୁନ୍ଦର ସେଠୀ, ମାନସୀ ଗୁରୁମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଶିଶୁ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.