jayashree

ନିର୍ଝରିଣୀର ରାଜ୍ୟ ସ୍ତରୀୟ ସାରସ୍ୱତ ସମାବେଶ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟ ସ୍ତରୀୟ ବାର୍ଷିକ ସାରସ୍ଵତ ସମାବେଶ ସ୍ଥାନୀୟ ଜି.ଆର୍‌. ପେଲେସ ଠାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସମାବେଶର ଉଦ୍‌ଘାଟନୀ ଉତ୍ସବରେ ସ୍ୱତନ୍ତ୍ର ବିକାଶ କମିଟିର ପ୍ରାକ୍ତନ ଉପଧ୍ୟକ୍ଷା ନିରୁପମା ମାଝୀ ଯୋଗ ଦେଇ ଜଗତରନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍‌ଘାଟନ କରିଥିଲେ । ପ୍ରଥମ ଅଧିବେଶନରେ କବି ଭିକାରୀ ଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବହୁଭାଷୀ କବିତା ପାଠରେ ଡକ୍ଟର ବିଜୟ ଶର୍ମା, ନୀଳମଣି ସାହୁ ସମ୍ମାନିତ ଅତିଥି ଥିବାବେଳେ ସଂଯୋଜକ ସଞ୍ଜୁକ୍ତା ପରିଚ୍ଛା, ସଞ୍ଜୁକ୍ତା ଚନ୍ଦନ, ସ୍ୱର୍ଣ୍ଣକାନ୍ତୀ ପତିଙ୍କ ସଂଯୋଜନାରେ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଭାଷଣ ଓ ସାଂସ୍କୃତିକ ସମ୍ପାଦକ ମାନସ ରଞ୍ଜନ ଜାଲ ସଭା ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ କଣ୍ଟାବାଞ୍ଜି ତହସିଲଦାର ଅଞ୍ଜଳି ମାଝୀ ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ, ଶିଶୁ ସାହିତ୍ୟିକା ସୁଶ୍ରୀ ସବିତା ଭୋଇ, ରବି ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଡକ୍ଟର ନାରାୟଣ ମିଶ୍ର ସଭା ପରିଚାଳନା କରିଥିଲେ । ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ୭୯ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଅନୁଷ୍ଠାନର ତ୍ରୟମାସିକ ଶିଶୁ କିଶୋର ପତ୍ରିକା ମମତାର ଡୋରି ଉନ୍ମୋଚିତ ହୋଇଥିଲା । ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱର୍ଗତ ନବୀନ ଚନ୍ଦ୍ର ମହାନ୍ତି ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ସଂପାଦକ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ତା’ପରେ ଉଦ୍‌ଯାପନୀ ଉତ୍ସବରେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ହାଜୀ ମହମ୍ମଦ ଆୟୁବ ଖାନ ମୁଖ୍ୟ ଅତିଥି, କବି କିଶାନ ଦିବାନ, ଛତିଶଗଡ଼ ମୁଖ୍ୟବକ୍ତା ଥିବାବେଳେ ଈଶ୍ୱର ଚନ୍ଦ୍ର ଖମାରୀ, କପିଳେଶ୍ୱର ଖମାରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ସୂର୍ଯ୍ୟକାନ୍ତ ରଣା, ଉପସଭାପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଲକ୍ଷ୍ମୀଧର ମାଝୀଙ୍କ ଲିଖିତ ରାଣୀପୁର ଝରିଆଲର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । କବି ଜ୍ୟୋତି ପ୍ରକାଶ ଗଡ଼ତ୍ୟା ମଞ୍ଚ ପରିଚାଳନା ଓ ଅଞ୍ଜଳି ମାଝୀ ସହ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସାରା ଓଡିଶାର ୨୭ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା କବି ପ୍ରଶାନ୍ତ କୁମାର ମଙ୍ଗରାଜ, ଡକ୍ଟର ବିଜୟ ଚନ୍ଦ୍ର ମହାରଣା, ଡକ୍ଟର କପିଳେନ୍ଦ୍ର ଦାସ, ଗୁରୁ ଆଲୋକ ପ୍ରକାଶ ଦାସ, ନରେନ୍ଦ୍ର କୁମାର ସୁନା, ଯାଦବେନ୍ଦ୍ର ସା, ଅଭୟ ଚରଣ ତ୍ରିପାଠୀ, ପ୍ରଭାତ କୁମାର ମିଶ୍ର, ବିମ୍ବାଧର ମେହେର, ଅନନ୍ତ ବାଗ, ପୂର୍ଣ୍ଣିମା ଖମାରୀ, ପବିତ୍ର ସାହୁ, ତରୁଣ ସିଂ ଦୀପ, ଗୌରୀ ରାଉତ, କେତନ ରଣା, ଅରୁଣ ପାତ୍ର, ସ୍ୱର୍ଣ୍ଣକାନ୍ତୀ ପତି, କପିଳେଶ୍ୱର ଖମାରୀ, କିଶାନ ଦୀବାନ, ଲିପିକା ପୁଟେଲଙ୍କୁ ଉପଢୌକନ, ମାନପତ୍ର, ସ୍ମୃତି ଫଳକ, ପୁସ୍ତକ ଦେଇ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ ଓ ଅନୁପସ୍ଥିତ ବ୍ୟକ୍ତିଙ୍କୁ ମାନପତ୍ର ପରବର୍ତ୍ତୀ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା । କଣ୍ଠଶିଳ୍ପୀ ଗଣପତି ବେହେରା ଓ ସାଥୀ ସଙ୍ଗୀତ ପରିବେଷଣ କରିଥିଲେ । ବାନ୍ଧନପାଲି ଆଶ୍ରମ, ହିଆଲ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମମତା ପଣ୍ଡା, ନିର୍ଝରିଣୀ ଦାଶ, ମଞ୍ଜୁଲତା ଧରୁଆ, ନିରୁପମା ମିଶ୍ର, ସାଧବୀ ସାହୁ, ଦୀନବନ୍ଧୁ ବଗର୍ତ୍ତୀ, ଅନ୍ତର୍ଯ୍ୟାମୀ ବରିହା, ବିରଞ୍ଚି ଖର୍ସେଲ, କୈଳାସ ଦୀପ, ଗୋପୀନାଥ ଦଣ୍ଡସେନା, ରମେଶ ବାରିକ, ଉମେଶ ବେହେରା, ସୁଜାତା ସେଠୀ, ଜ୍ୟୋତ୍ସ୍ନା ବରିହା, କିଶୋର ବରିହା, ରଜନୀକାନ୍ତ ପୁରୋହିତ, ରାଜକିଶୋର ମେହେର, ରାଜଦୀପ ପୁରୋହିତ, ଥମିର ଛତ୍ରିଆ, ଧନସିଂ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.