jayashree

ହିଣ୍ଡାଲ୍‌କୋ ବିରୋଧରେ ବିଶାଳ ସମାବେଶ

କୋରାପୁଟ, (ସୁନାମ ହନ୍ତାଳ) : ଜଳ, ଜଙ୍ଗଲ, ଜମିର ସୁରକ୍ଷାକୁ ନେଇ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋରିଷପଦର ପଞ୍ଚାୟତ ଅନ୍ତର୍ଗତ ଡେକାପାର ଗାଁରେ ଏକ ବିଶାଳ ସମାବେଶ ଆୟୋଜିତ କରାଯାଇଛି । ଉକ୍ତ ସମାବେଶରେ ଆଦିବାସୀଙ୍କ ହକ୍ ପାଇଁ ଲଢୁଥିବା ଓଡ଼ିଶାରେ ପରିଚିତ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇଥିଲେ । ଏହି ସମାବେଶରେ ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲଙ୍କ ଆହ୍ୱାନ କ୍ରମେ ସେରୁବନ୍ଧ ସୁରକ୍ଷା ସମିତି ସମ୍ପାଦକ ଭଗବାନ ଗୋଲରୀ, ହାଲ ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି, ଲମତାପୁଟ ଖଡ଼ିମାଟି ସୁରକ୍ଷା ସମିତି ସଭାପତି ତିଲକ ଗୁଞ୍ଜିଆ, ନାରାୟଣ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କର୍ଣ୍ଣକୋଣ୍ଡା ମାଳି ସୁରକ୍ଷା ସମିତି ସଦସ୍ୟ ପୂର୍ବ ମାଣ୍ଡିଙ୍ଗ, କୋରାପୁଟ ଜନ ସୁରକ୍ଷା ସଂଘ ସଭାପତି ତଥା ମାଳି ପର୍ବତ ସୁରକ୍ଷା ସମିତିର ଉପଦେଷ୍ଟା ଦାସୀ ନନ୍ଦିବାଲି ଓ ସମ୍ପାଦକ ଯୀଶୁ ଦିଶାରୀ, ବାଲଡ଼ା ନଗେଶ୍ୱରୀ ସୁରକ୍ଷା ସମିତି ସଭାପତି ମଦନ ହାଡ଼କାଟିଆ, ସେମିଳିଗୁଡା ବ୍ଲକ ଯୋନ ୨ ଜିଲ୍ଲାପରିଷଦ ସଦସ୍ୟ ମୋହନ ଯାନୀ, ପଟ୍ଟାଙ୍ଗି ବ୍ଲକ ଯୋନ ୨ ଜିଲ୍ଲାପରିଷଦ ସଦସ୍ୟା ଟିକାଇ ଗେମେଲ, ସୋରିଷପଦର ସରପଞ୍ଚ ଜେଟୁ ହନ୍ତାଳ, ଦଳେଇଗୁଡା ସରପଞ୍ଚ ପ୍ରତିନିଧି ମଙ୍ଗୁଟୁ ଯାନୀ, ନୂଆଗାଁ ସରପଞ୍ଚ ସୁବାସ ଖରା ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ସାମନ୍ତରା ନିଜ ଅଭିଭାଷଣରେ କହିଛନ୍ତି ଗତ ସରକାର ଯେପରି ଆଦିବାସୀଙ୍କ ନ୍ୟାୟ ଦାବୀକୁ କୁଠାରଘାତ କରି ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି ଏହା ବିରୁଦ୍ଧରେ ଏ ଲଢେଇ ଜାରି ରହିବ । ଆଦିବାସୀଙ୍କ ଦାବୀ ପୂରଣ ପାଇଁ ଯେଉଁ ଅଭିଯାନ ଚାଲିଥିଲା ତାହା ଉଚିତ୍ । ସେମାନଙ୍କ ହକ୍ ପାଇଁ ଶ୍ରୀ ସାମନ୍ତରା ଆନ୍ଦୋଳନକାରୀଙ୍କ ସହିତ ସାମିଲ୍ ହେବାକୁ ଆସିଥିବା କହିଥିଲେ । ମାଳି ପର୍ବତ ସୁରକ୍ଷା ସମିତିର କାର୍ଯ୍ୟକାରୀ ସମ୍ପାଦକ ନିରଞ୍ଜନ ଖିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.