oom

ପାଇକମାଲରେ ଘର ଘର ତ୍ରିରଙ୍ଗା ଯାତ୍ରାର ମହାସମାବେଶ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକସ୍ତରୀୟ ତ୍ରିରଙ୍ଗା ଯାତ୍ରାର ମହାସମାବେଶ ଆୟୋଜିତ ହୋଇଯାଇଛି । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ତ୍ରିରଙ୍ଗା ଯାତ୍ରାର ମହାସମାବେଶ ଅଞ୍ଚଳର ସମସ୍ତ ସ୍କୁଲ ଓ ବିଭିନ୍ନ ଅନୁଷ୍ଠାନ ଗୁଡିକ ଯୋଗ ଦେଇଥିଲେ । ପାଇକମାଲ ଏମ୍‌ଇ ସ୍କୁଲ ପଡିଆରୁ ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ତ୍ରିରଙ୍ଗା ପତାକା ଧରି ଏକ ବିରାଟ ତ୍ରିରଙ୍ଗା ଯାତ୍ରା ରାଲି ବାହାରି ଶୋଭାଯାତ୍ରା କରି ପାଇକମାଲ ମୁଖ୍ୟଛକରେ ପହଞ୍ଚିଥିଲା । ଏହି ଜନ ସମାବେଶରେ ଜାତୀୟତା ବୋଧ ଜାଗରଣ କରିବା ସହ ଦେଶ ଭକ୍ତିର ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରାର ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ତ୍ରିରଙ୍ଗା ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି ସମାବେଶରେ ପାଇକମାଲ ବ୍ଲକ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ତ୍ରିରଙ୍ଗା ଯାତ୍ରାର ମହାସମାବେଶ ତଥା ଜାତୀୟତା ବୋଧ ଉଦ୍ଦେଶ୍ୟରେ ଏକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, କୌଲାସ ଦିଶ୍ରୀ, ଧନସିଂ ତାଣ୍ତି, ସୁମିତ ଅଗ୍ରୱାଲ, ଆଶୁତୋଷ ସାହୁ, ଅଜିତ ସାହୁ, ରୁକ୍ମଣ ସେଠ, ଏମ୍‌ଡି ରାଜ, ପୁରୁଷୋତ୍ତମ ନାଏକ, ରାଜେନ୍ଦ୍ର ସେଠ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ସଚେତନ ନାଗରିକ ବୁଦ୍ଧିଜୀବୀ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.