ବଲାଙ୍ଗିର ସଦର ବ୍ଲକରେ କଳିକେଶଙ୍କ ମହିଳା କର୍ମକର୍ତ୍ତା ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଗ୍ରାମ ଠାରେ କଳିକେଶଙ୍କ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ସମସ୍ତ ସମସ୍ୟାକୁ ନେଇ ସମାବେଶରେ ଆଲୋଚନା ହୋଇଥିବା ବେଳେ ତାଙ୍କ ସମସ୍ତ ଦାବି ଓ ସମସ୍ୟାର ସମାଧାନ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି କଥା ଦେଇଥିଲେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବିଜୁ ଜନତା ଦଳକୁ ଦୁଇଟି ଭୋଟ ଦେଇ ସାସଂଦ ସୁରେନ୍ଦ୍ର ସିଂଭୋଇ ଓ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରି ମା’ ମାନଙ୍କ ଆଶୀର୍ବାଦ୍‌ କାମନା କରିଛନ୍ତି କଳିକେଶ । ଏହି ସମାବେଶକୁ ପରିଚାଳନା କରିଥିଲେ ବଲାଙ୍ଗିର ସଦର ମହିଳା ବ୍ଲକ ସଭାନେତ୍ରୀ ରୀନା ଭରାସାଗର । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତି, ବିଧୁଭୁଷଣ ତ୍ରିପାଠୀ, ସୁକାନ୍ତ ପାଣିଗ୍ରାହୀ, ଗୋଲାପ ବାଗ, ପ୍ରଦ୍ୟୁମ୍ନ ହୋତା, ବ୍ଲକ ସଭାପତି ନିହାର ରଞ୍ଜନ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୁଷ୍ପାଞ୍ଜଳି ହୋତା, ଅନାମିକା ହୋତା, ସୁରୁସୁତା ବାଗ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.