oom

କଂଗ୍ରେସର ସମ୍ବିଧାନ ବଂଚାଓ ସମାବେଶ

jsmm
  • ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସମ୍ବିଧାନ ସୁରକ୍ଷିତ ରହିବା ନିହାତି ଜରୁରୀ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ଜନତାଙ୍କ ଅଧିକାରକୁ କଂଗ୍ରେସ ସର୍ବାଗ୍ରେ ଗୁରୁତ୍ୱ ଦେଇଥାଏ । ଲୋକଙ୍କ ଅଧିକାର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ଦେଶ ସମ୍ବିଧାନ ସୁରକ୍ଷିତ ରହିବ । ସେଥି ପାଇଁ ଆମେ ଆଜି ସମ୍ବିଧାନ ବଂଚାଓ ଅଭିଯାନରେ ଆମେ ସମବେତ ହେଇଛୁଁ । ଏହି ଅଭିଯାନ ଲୋକଙ୍କ ପ୍ରତ୍ୟେକ ପାଖକୁ ପହଂଚିବ । ଏହାର ଲକ୍ଷ୍ୟ ହେଲା ବର୍ତ୍ତମାନ ଜନବିରୋଧି ବିଜେପି ସରକାର ଯେଭଳି ଭାବରେ ସମ୍ବିଧାନ ଏବଂ ବିଭିନ୍ନ ଗଣତାନ୍ତ୍ରିକ ସଂସ୍ଥାକୁ ନିଜର ରାଜନୈତିକ ଉଦ୍ଦେଶ୍ୟ ପୁରଣ ପାଇଁ ଆକ୍ରମଣ କରି ଚାଲିଛି ତାର ସେହି ଘୃଣ୍ୟ ଉଦ୍ଦେଶ୍ୟକୁ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ପର୍ଦ୍ଦାଫାସ କରିବା, ଏହା ହେଲେ ହିଁ ସମ୍ବିଧାନ ସୁରକ୍ଷିତ ଭାବେ ବଂଚିବ ବୋଲି ଆଜି ଦେଓଗାଁ ବ୍ଲକ ସ୍ଥିତ ଡୁମେରପିଟା ପଂଚାୟତର ଡୁମେରପିଟାଠାରେ ଅନୁଷ୍ଠିତ ସମ୍ବିଧାନ ବଂଚାଓ ଅଭିଯାନରେ ଗତ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଦେଶକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରି ଚାଲିଛି । ଭୁଲ ଅର୍ଥନୈତିକ ପରିଚାଳନା ସହ ସାମାଜିକ ନ୍ୟାୟ ଉପରେ ବାରମ୍ବାର ବିଜେପି ତରଫରୁ ଆଘାତ ପହଂଚାଉ ଥିବାରୁ ଦେଶର ଛାତ୍ର, ଯୁବକ, କୃଷକ, ଶ୍ରମିକଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାରରେ । ଆମର ଏହି ସମ୍ବିଧାନ ବଂଚାଓ ଅଭିଯାନ ଦ୍ୱାରା ଆମେ ନିଶ୍ଚିତ ଭାବରେ ଦେଶର ଅଗଣିତ ସାଧାରଣ ଜନତାଙ୍କ ସ୍ୱର, ତଳସ୍ତରରେ ଥିବା ସମସ୍ୟା ଏବଂ ସାମ୍ବିଧାନିକ ମୁଲ୍ୟବୋଧ ଉପରେ ସଠିକ୍‌ ଗୁରୁତ୍ୱ ଦେଇ ଦେଶର ଉନ୍ନତ ଭବିଷ୍ୟତ ନିର୍ମାଣର ବାର୍ତ୍ତା ପ୍ରତ୍ୟେକ ଦିନ ତାଙ୍କ ପାଖରେ ପହଂଚାଇବା ବୋଲି ସମରେନ୍ଦ୍ର ମିଶ୍ର କହିଥିଲେ । ବ୍ଲକ ସଭାପତି ରାମଜୀ ଚୈାଧୁରୀଙ୍କ ନେତୃତ୍ୱ ତଥା ପିସିସି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ରାଉତ ଓ ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶ ଆରମ୍ଭରେ ସମ୍ବିଧାନ ପ୍ରଣେତା ସଭାରେ ସଦସ୍ୟ ଥିବା ବଲାଙ୍ଗିରର ବରପୁତ୍ର ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର, କାର୍ଯ୍ୟକାରି ସଭାପତି ସନ୍ତକ ବହିଦାର, ଅଙ୍କିତ ସାହୁ, ପପୁ ପାତ୍ର, ଶ୍ରୀଧର ବାରିକ, ସୂର୍ଯ୍ୟକାନ୍ତି ଛତ୍ରିଆ, ଚିନ୍ମୟ ବେହେରା, ସଂକିର୍ତ୍ତନ ବାଗ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧି ମନୋଭାବର କଠୋର ସମାଲୋଚନା କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ମନବୋଧ ହରପାଲ, ପଙ୍କଜିନି ଛତ୍ରିଆ, ରାମ ମିଶ୍ର, ସଂଯୁକ୍ତା ସେଠ, ଚନ୍ଦ୍ରମା ଧରୁଆ ଅସୀତ ମିଶ୍ର, ନାସିର ଖାନଙ୍କ ସମେତ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.