oom

ଲାଖ ପର୍ବତରେ ବିରାଟ କୃଷକ ସମାବେଶ ଅନୁଷ୍ଠିତ

jsmm

ମନମୁଣ୍ଡା : କଣ୍ଟାମାଲ ବ୍ଲକ ଲାଖ ପର୍ବତ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରେ ଏକ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କୃଷକନେତା ଶ୍ରୀକାନ୍ତ ମିଶ୍ରଙ୍କ ଆବାହକତ୍ଵ ଏବଂ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ କୃଷକ ନେତା କେଦାର ସାହୁ, ଚିରଞ୍ଜିବି ବିଶି, ସତ୍ୟବ୍ରତ ସାହୁ, ନବୀନ ମହାକୁଡ଼, କୃଷ୍ଣ କହଁର, ଶୁଶୀଳ ପୁରୋହିତ, ନରେନ୍ଦ୍ର ସାହୁ, ଉତ୍କଳମଣି ସାହୁ, ରାମହରି ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଯୋଗ ଦେଇଥିଲେ । ଏହି କୃଷକ ସଙ୍ଗଠନର ନୂତନ ନାମ ଯଥା “ଭୂମିପୁତ୍ର କୃଷକ ସଙ୍ଗଠନ, କଣ୍ଟାମାଲ”ରେ ନାମିତ କରାଗଲା । ଏହି ବୈଠକ ରେ ବିଭିନ୍ନ ଅଞ୍ଚଳର କୃଷକ ନେତା ସେମାନଙ୍କ ଅଂଚଳର ସମସ୍ୟା ସମ୍ପର୍କରେ କହିଥିଲେ ଓ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବିଶେଷ କରି ମେଗା ଜଳ ସେଚନ ପଏଣ୍ଟ, ମଣ୍ଡି ସମସ୍ୟା, ଦୀର୍ଘ ମିଆଦି ଜଳସେଚନ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ପଂଚାୟତରେ କୃଷକ ସମାବେଶ କରି ସଂଗଠନକୁ ଆହୁରି ମଜବୁତ କରାଯିବ ଏବଂ କୃଷକ ମାନଙ୍କ ଅଧିକାର ଉପରେ ସଚେତନ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଏହି ନୂତନ ସଂଗଠନର ସଭାପତି ଭାବେ ଶ୍ରୀକାନ୍ତ ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା । ସଂଗଠନର ଅନ୍ୟ କର୍ମକର୍ତ୍ତା ମନୋନୟନ ଆଗାମୀ ବୈଠକରେ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶେଷରେ କେଦାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.