ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଗୁରୁକୂଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟିକା ଭାବେ ଡ. ସରୋଜିନୀ ପତି, ମୁଖ୍ୟ ଅତିଥି ଭାବେ ଉପେନ୍ଦ୍ର ନାଥ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ଶର୍ମିଷ୍ଠା କବିଶତପଥୀ, ମୁଖ୍ୟ ବକ୍ତା ଭାବେ ଡ. ପ୍ରଭାତ ମଲ୍ଲିକ, ପାକ୍ ଭାଷ ଭାବେ ରାଜକୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବାୟାବାବା ଓ ପ୍ରଫେସର ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଗୁରୁ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରଫେସର ପଣ୍ଡା ସକଳ ପ୍ରାଣରେ ପରମେଶ୍ଵରଙ୍କ ସତ୍ତାର ଅସ୍ତିତ୍ଵକୁ ଅନୁଭବ କରିଥିଲେ । ସେଥିଲେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରେରଣାର ପୁରୁଷ, ତ୍ୟାଗର ପୁରୁଷ, ଅହଂଶୂନ୍ୟ ମଣିଷ, ଗୁରୁକୁଳର ମର୍ଯ୍ୟାଦା ରକ୍ଷା କରିବା, ଗୁରୁକୂଳର ସଂସ୍କାରକୁ ସାଧାରଣ ବର୍ଗ ବାଳକ ବାଳିକାଙ୍କ ନିକଟରେ ପହଞ୍ଚାଇବା ତାଙ୍କ ଜୀବନର ଧ୍ୟେୟ ଥିଲା । ସେ ଥିଲେ ଅନନ୍ୟ ଓ ଅସାଧାରଣ ବ୍ୟକ୍ତିତ୍ୱ । ଏହି ଅବସରରେ ଅତିଥିମାନେ ‘ଅନନ୍ୟ ଅନାମ’ ନାମରେ ପତ୍ରିକାକୁ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମତୀ ପରିଡାଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କିଶୋରୀ ମୋହନ କର, ସୁଶାନ୍ତ ନାୟକ, ଶଙ୍କର ପ୍ରସାଦ ତ୍ରିପାଠୀ, ତ୍ରିଲୋଚନ ସ୍ୱାଇଁ, ସୁଚିସ୍ମିତା ପଣ୍ଡା, କୁଞ୍ଜବିହାରୀ ରାଉତ, ଉର୍ବଶୀ ଦାଶ ପତି, ଦିଲେଶ୍ୱର ମହାରଣା, ମୀନକେତନ ପଶାୟତ, ସୁଧାଂଶୁ ଅଶୋକ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ମଞ୍ଜୁଳା ରଥ, ରଶ୍ମିବାଳା ରାଉତରାୟ, ନିରୁପମା ପତି, ଗୀତାରାଣୀ ବେହେରା, ବ୍ରହ୍ମାନନ୍ଦ ପାଢୀ, ହିମାଂଶୁ ସାହୁ, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ଗୌତମ ଦାସ, ସୁପ୍ତି କର, ରଶ୍ମି ସାହୁ, ରାଜୀବ ପାଣି, ଅଙ୍ଗୁରବାଳା ପରିଡା, କିଶୋରୀ ଦାଶ ପ୍ରମୁଖ କବିତା ପାଠ କରିଥିବା ବେଳେ ଆଶ୍ରମର ମୁଖ୍ୟ ଗୋବିନ୍ଦ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ ।