oom

କେନ୍ଦ୍ରଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର କୋଲକାତାରେ କେନ୍ଦ୍ରୀୟ ଫୋରେନ ସିକ୍ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ) ନୂତନ କୋଠା ଉଦଘାଟନ କରିଛନ୍ତି

• ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଏକ ସ୍ପଷ୍ଟ ଦୃଷ୍ଟିକୋଣ ସହିତ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା ଗଠନ କରୁଛନ୍ତି
• ମୋଦୀ ସରକାର ଏପରି ନ୍ୟାୟ ବ୍ୟବସ୍ଥା ଗଠନ କରିବାକୁ ପ୍ରତିବଦ୍ଧ, ଯେଉଁ ଥିରେ ଗରିବ ବ୍ୟକ୍ତି ମଧ୍ୟ ଆତ୍ମବିଶ୍ୱାସର ସହିତ ପୋଲିସ ଷ୍ଟେସନକୁ ଯାଇ ଠିକ୍ସମୟରେ ନ୍ୟାୟ ପାଇପାରିବେ
• ନୂତନ ଆଇନ ପ୍ରଚଳନ ପରେ, ପ୍ରାୟ ୬୦% ମାମଲାରେ ୬୦ ଦିନ ମଧ୍ୟରେ ଚାର୍ଜ ସିଟ୍ଦାଖଲହେବା ଆରମ୍ଭ ହୋଇଛି, ଯାହା ଏକ ପ୍ରମୁଖ ସଫଳତା
• ଏଫ ଏସ ଏଲ୍ମାଧ୍ୟମରେ କୋଲକାତା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଆସାମ, ସିକିମ୍ଏବଂ ସମଗ୍ରଉତ୍ତର-ପୂର୍ବକୁ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା ବିକଶିତ କରିବାରେ ସହାୟତା ମିଳିବ
• ମୋଦୀ ସରକାର ପ୍ରତ୍ୟେକ ପ୍ରମୁଖ ରାଜ୍ୟରେ ଏକଜାତୀୟ ଫୋରେନ ସିକ୍ବି ଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ ପ୍ରତ୍ୟେକ ଜିଲ୍ଲାରେ ଏକ ମୋବାଇଲ୍ଫୋରେନସିକ୍ଭ୍ୟାନ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଛନ୍ତି
• ମୋଦୀ ସରକାର ଦେଶର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଯୁକ୍ତି-ଭିତ୍ତିକରୁ ପ୍ରମାଣ- ଭିତ୍ତିକ କରୁଛନ୍ତି, ଯାହା ଦ୍ଵାରା ଦୋଷୀମାନେ ସନ୍ଦେହର ଲାଭରୁ ଫାଇଦା ଉଠାଇପାରିବେନାହିଁ ଏବଂ ପୀଡିତ ନ୍ୟାୟ ପାଇବେ
• ପ୍ରତ୍ୟେକ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ, ସରକାରୀ ଓକିଲ
ଏବଂ କୋର୍ଟଙ୍କୁ ଫୋରେନ ସିକ୍ବିଜ୍ଞାନର ଗୁରୁତ୍ୱ ବିଷୟରେ ସଚେତନକରିବା ପାଇଁ, ଜାନୁଆରୀ ୨୦୨୬ ରୁ ଏକ ସଚେତନତା ଏବଂ ତାଲିମ ଅଭିଯାନ ଆରମ୍ଭ
କରାଯିବ
• ଫୋରେନ ସିକ୍ଅଡିଟ୍ମାଧ୍ୟମରେ ପ୍ରମୁଖ ଆର୍ଥିକ ଠକେଇର ପର୍ଦ୍ଦାଫାସ କରାଯାଉଛି, ଏବଂ ଡିଏନ ଏଫୋରେନସିକ୍ମାଧ୍ୟମରେ ୨୦ ବର୍ଷ ପୁରୁଣା ମାମଲା ରେଦୋଷୀ ସାବ୍ୟସ୍ତ କରାଯାଇଛି
• ମୋବାଇଲ୍ଫୋରେନସିକ୍, କଲ୍ଡିଟେଲ୍ବିଶ୍ଳେଷଣ ଏବଂ ମନସ୍ତାତ୍ତ୍ୱିକ ପ୍ରୋଫାଇଲିଂ ସହିତ, ଆମର ନ୍ୟାୟ ବ୍ୟବସ୍ଥା ଏକ ନୂତନ ଯୁଗରେ ପ୍ରବେଶକରୁଛି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗରେ କୋଲକାତା ସ୍ଥିତ କେନ୍ଦ୍ରୀୟ ଫୋରେନସିକ୍ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ୍)ର ନୂତନ କୋଠା ଉଦଘାଟନ କରିଛନ୍ତି । ଏହି ଅବସରରେ, କେନ୍ଦ୍ର ଗୃହସଚିବ ଏବଂ ଅନେକ ସମ୍ମାନିତ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ଭାଷଣରେ, କେନ୍ଦ୍ରଗୃହ ଏବଂ ସମବାୟ ମନ୍ତ୍ରୀ ଅମିତଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରମାଣ-ଭିତ୍ତିକ ଅପରାଧି କନ୍ୟାୟ ବ୍ୟବସ୍ଥା ଗଠନ ପାଇଁ ଏକ ଦୃଷ୍ଟିକୋଣ ସହିତ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଆଜି, ଏହି ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଯୋଡାହେଉଛି । ୮୮ କୋଟି ଟଙ୍କା ବ୍ୟୟରେ କୋଲକାତାରେ ନିର୍ମିତ ଫୋରେନସିକ୍ବିଜ୍ଞାନ ପରୀକ୍ଷାଗାର (ଏଫଏସଏଲ୍) ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଆସାମ, ସିକିମ୍ଏବଂଉତ୍ତର-ପୂର୍ବର ସମସ୍ତ ରାଜ୍ୟକୁ ଏକ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା ବିକଶିତ କରିବାରେ ଏବଂ ଏକ ସାମଗ୍ରିକ ଆଭିମୁଖ୍ୟ ସହିତ ଭୂମିକା ନିର୍ବାହ କରିବାରେ ସାହାଯ୍ୟ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ଆମର ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାରେ, ଏହିଏଫଏସଏଲ୍ପ୍ରମାଣ, ଫୋରେନସିକ୍ବିଜ୍ଞାନର ଗୁରୁତ୍ୱକୁ ବୁଝିବା, ଗ୍ରହଣ କରିବାରେ ସହାୟକ ହେବ ଏବଂ ଏଥିରେ ଦୋଷୀମାନଙ୍କ ଦୋଷକୁ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟେକ ପୋଲିସଷ୍ଟେସନ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହକରିବ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦୀସରକାର ୩-୪ଟି ରାଜ୍ୟକୁ ନେଇ କ୍ଲଷ୍ଟର ଗଠନ କରି ଦେଶବ୍ୟାପୀ ଏଫଏସଏଲ୍ଗୁଡ଼ିକର ଏକନେଟୱାର୍କ ପ୍ରତିଷ୍ଠା କରିବା ଉପରେ କାର୍ଯ୍ୟକରୁଛନ୍ତି, ଯାହା ଦ୍ୱାରା ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ପ୍ରମାଣ -ଭିତ୍ତିକ କରାଯାଇପାରିବ ।ସେ କହିଛନ୍ତି ଯେ, ଏହି କ୍ଲଷ୍ଟର ପଦ୍ଧତି ସହିତ, ଜାନୁଆରୀ ୨୦୨୬ ରୁଫୋରେନସିକ୍ବିଜ୍ଞାନକୁ ପୋଲିସଷ୍ଟେସନ ସ୍ତରକୁ ନେଇଯିବା, ପ୍ରତ୍ୟେକ କୋର୍ଟରେ ପ୍ରମାଣ ଭାବରେ ଏହାର ଗୁରୁତ୍ୱ ପ୍ରତିଷ୍ଠିତ କରିବା ଏବଂ ପୋଲିସ ଷ୍ଟେସନର ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀଙ୍କୁ ଏହାର ଗୁରୁତ୍ୱ ବୁଝାଇବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବ । ଏହା ମାଧ୍ୟମରେ, ସାରାଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ଯୁକ୍ତି-ଭିତ୍ତିକରୁ ପ୍ରମାଣ-ଭିତ୍ତିକକୁ ପରିବର୍ତ୍ତିତ ହେବ, ଯାହା ନିଶ୍ଚିତ କରିବ ଯେ ଦୋଷୀମାନେ ସନ୍ଦେହର ଲାଭରୁ ଯେପରି ଫାଇଦା ଉଠାଇପାରିବେ ନାହିଁ ଏବଂ ପୀଡିତଙ୍କୁ ନ୍ୟାୟମିଳିବ ।ଶ୍ରୀ ଶାହ କହିଛନ୍ତି ଯେ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସେତେବେଳେ ସମ୍ଭବ ଯେତେବେଳେ ପୋଲିସ ଷ୍ଟେସନ, ସରକାରୀ ଓକିଲ ଏବଂ କୋର୍ଟ ଏହାର ଗୁରୁତ୍ୱ ବୁଝିବେ, ଏହାକୁ ଗ୍ରହଣ କରିବେ ଏବଂ ସେମାନଙ୍କ କାର୍ଯ୍ୟରେ ଏହାକୁ ପ୍ରାଥମିକତା ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଏଫଏସଏଲ୍ନେଟୱାର୍କ ସୃଷ୍ଟିକରି ଏବଂ କ୍ଲଷ୍ଟର ପଦ୍ଧତି ଗ୍ରହଣ କରି, ଜଟିଳ ମାମଲାରେ ବିଶେଷଜ୍ଞଙ୍କ ସମ୍ପୃକ୍ତି ନିଷ୍ପତ୍ତିକୁ ଅଧିକ ଦକ୍ଷତାର ସହିତ ଗ୍ରହଣ କରିବ, ଯାହା ଫଳରେ ସମଗ୍ର ଅପରାଧିକ ନ୍ୟାୟ ବ୍ୟବସ୍ଥାର ଏକ ମୌଳିକ ପରିବର୍ତ୍ତନ ହେବ । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆଜିନାର୍କୋଟିକ୍ସସଂସ୍କରଣ ୨.୦ ଏବଂ ବିସ୍ଫୋରକ ସଂସ୍କରଣ ୨.୦ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି, ଯାହା ଦେଶ ବ୍ୟାପୀ ଫୋରେନସିକ୍ବିଜ୍ଞାନ ପ୍ରୟୋଗଶାଳା ପାଇଁ ବିଭିନ୍ନକାର୍ଯ୍ୟକୁସରଳ କରିବ । ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆଜି, ଏକବିଂଶ ଶତାବ୍ଦୀରେ, ଯେତେବେଳେ ଆମର କାରବାର, ଯୋଗାଯୋଗ, ପରିଚୟ ଏବଂ ମୌଳିକ ବିବରଣୀ ସବୁ ଗୋଟିଏ ସ୍ଥାନରେ ସଂରକ୍ଷଣ କରାଯାଉଛି, ଅପରାଧର ପ୍ରକୃତି ମଧ୍ୟ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି । ସେ କହିଛନ୍ତି ଯେ, ଅପରାଧକୁ ରୋକିବା ପାଇଁ ଯେଉଁ ମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଅପରାଧୀମାନଙ୍କ ଠାରୁ ଦୁଇ ପାଦ ଆଗରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ଯଦି ଆମେ ଏହି ପ୍ରୟାସରେ ବିଜ୍ଞାନ ସମ୍ମତ ଏବଂ ସ୍ପଷ୍ଟ ଆଇନ ବ୍ୟବହାର ନକରୁ, ତେବେ ଆମେ ଅପରାଧୀମାନଙ୍କଠାରୁ ଆଗରେ ରହିପାରିବୁନାହିଁ । ସେ କହିଛନ୍ତି ଯେ, ଫୋରେନସିକ୍ଅଡିଟ୍ମାଧ୍ୟମରେ ଏବେ ବଡ଼ ବଡ଼ ଆର୍ଥିକ ଠକେଇ ରପର୍ଦ୍ଦାଫାସ ହେଉଛି, ଏବଂ ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ଏକ ନୂତନଯୁଗରେ ପ୍ରବେଶ କରୁଛି । କେନ୍ଦ୍ରଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍), ଭାରତୀୟ ନାଗରିକ ସୁରକ୍ଷାସଂହିତା (ବିଏନଏସଏସ୍), ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) ହେଉଛି ଭାରତର ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସଂସଦ ଦ୍ୱାରା ପ୍ରଣୀତ ଆଇନ,ଯାହା ଭାରତର ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଥାଏ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବ୍ରିଟିଶମାନଙ୍କ ଦ୍ୱାରା ପ୍ରଣୀତ ୧୬୦ ବର୍ଷ ପୁରୁଣା ଆଇନକୁ ଉଚ୍ଛେଦ କରି ନୂତନ ଭାରତ ପାଇଁ ନୂତନ ଆଇନ ପ୍ରଣୟନ କରିଛନ୍ତି । ସେ କହିଥିଲେ ଯେ ଏହା ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ, କାରଣ ବର୍ତ୍ତମାନ ଦୋଷୀ ପ୍ରମାଣ ଅଭାବରୁ ଖସିଯାଇପାରିବେନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆଇନ ଗୁଡ଼ିକ ଆଗାମୀ ୧୦୦ ବର୍ଷ ମଧ୍ୟରେ ଘଟିବାର ସମ୍ଭାବନା ଥିବା ସମସ୍ତ ସମ୍ଭାବ୍ୟ ପ୍ରଯୁକ୍ତି ଗତ ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ ଏବଂ ପରିଭାଷିତ କରିସାରିଛି । ଶ୍ରୀ ଅମିତଶାହ କହିଛନ୍ତି ଯେ ନୂତନ ଅପରାଧ ଆଇନ ଗୁଡ଼ିକ ଅପରାଧ ସ୍ଥଳ ତଦନ୍ତ ଏବଂ ବିଚାର ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ପାଇଁ ଏକ ଆଇନ ଗତ ଆଧାର ପ୍ରଦାନ କରିଛି । ସେ କହିଛନ୍ତି ଯେ, ସାତବର୍ଷରୁ ଅଧିକ କାରାଦଣ୍ଡ ସହିତ ଦଣ୍ଡନୀୟ ଅପରାଧରେ, ଏକଫୋରେନସିକ୍ବିଜ୍ଞାନ ଦଳଗସ୍ତକୁ ବାଧ୍ୟତା ମୂଳକ କରାଯାଇଛି । ସେ କହିଥିଲେ ଯେ, ଏହି ଆଇନ ଗୁଡ଼ିକ ସମୟ ସୀମା ମଧ୍ୟରେ ନ୍ୟାୟ ପ୍ରଦାନକରେ, ୬୦ ଦିନ ମଧ୍ୟରେ ଚାର୍ଜ ସିଟ୍ଦାଖଲକରିବାର ବ୍ୟବସ୍ଥା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପ୍ରାୟ ୬୦ ପ୍ରତିଶତ ମାମଲାରେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ଦା ଖଲକରାଯାଉଛ, ଯାହା ଏକ ପ୍ରମୁଖ ସଫଳତା।ସେ ଏହା ମଧ୍ୟ କହିଛନ୍ତି ଯେ “ଅନୁପସ୍ଥିତି ରେବିଚାର” ମାଧ୍ୟମରେ, ପଳାତକଙ୍କ ଅନୁପସ୍ଥିତିରେ ମଧ୍ୟ ବିଚାର କରାଯିବ ଏବଂ ଦଣ୍ଡ ଘୋଷଣା କରାଯିବ, ଏବଂ ସେମାନଙ୍କୁ ଅନ୍ତର୍ଜାତୀୟ ଚୁକ୍ତି ନାମା ବ୍ୟବହାର କରି ଫେରାଇ ଅଣାଯିବ । ସେ କହିଥିଲେ ଯେ, ଦେଶର ୧୭,୧୮୪ ପୋଲିସ ଷ୍ଟେସନସିସିଟିଏନଏସ୍ସହିତ ସଂଯୁକ୍ତ, ଅନଲାଇନରେ ଏହା ଯୋଡି ହୋଇଛି ଏବଂ ସେମାନଙ୍କର ତଥ୍ୟ ସାମୂହିକ ଭାବରେ ସୃଷ୍ଟି କରାଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଫୋରେନ ସିକ୍ମୋବାଇଲ୍ଭ୍ୟାନ୍ପାଇଁ ସହାୟତା ପ୍ରଦାନ କରିଛନ୍ତି, ଏବଂ ଅନେକ ରାଜ୍ୟ ପଞ୍ଜିକୃତ ଏଫଆଇଆର୍ସଂ ଖ୍ୟା ଆଧାରରେ ନିଜ ସ୍ୱଭ୍ୟାନ୍ସଂଖ୍ୟା ବୃଦ୍ଧି କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଫୋରେନ ସିକ୍ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ)ର ୧୬ଟି କ୍ୟାମ୍ପସ୍ମଞ୍ଜୁର ହୋଇଛି, ୭ଟି ପ୍ରତିଷ୍ଠିତ ହୋଇଛି ଏବଂ ବାକି ଗୁଡ଼ିକ ପ୍ରକ୍ରିୟାରେ ଅଛି । ସେ କହିଛନ୍ତି ଯେ, ଏହାବ୍ୟତୀତ, ପ୍ରଶିକ୍ଷିତ ମାନବ ଶକ୍ତିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପ୍ରମୁଖ ରାଜ୍ୟରେ ଏକଏନଏଫଏସୟୁ କଲେଜ ପ୍ରତିଷ୍ଠା କରାଯିବ । ସାରାଦେଶରେ ୨୬ଟି କ୍ୟାମ୍ପ ବାର୍ଷିକ ୩୬,୦୦୦ ଛାତ୍ରଡିଗ୍ରୀ, ଡିପ୍ଲୋମା ଏବଂ ପିଏଚଡି ସହିତ ସ୍ନାତକ ହେବେ, ଯେତେ ବେଳେ କି ଦେଶର ପ୍ରତିବର୍ଷର ଆବଶ୍ୟକତା ୩୦,୦୦୦ ପ୍ରଶିକ୍ଷିତ ପେଶାଦାର ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ପରିଭାବରେ, ଆବଶ୍ୟକତା ଅନୁସାରେ ମାନବ ସମ୍ବଳ ସୃଷ୍ଟିକରିବାର କାର୍ଯ୍ୟ ପୂର୍ବରୁସମାପ୍ତ ହୋଇଛି । ଶ୍ରୀ ଶାହ ଆହୁରି କହିଛନ୍ତି ଯେ, ୧୩୦୦ କୋଟି ଟଙ୍କା ବ୍ୟୟରେ ଆଉ ୯ଟିଏନଏଫଏସୟୁ କ୍ୟାମ୍ପ ସନିର୍ମାଣକରାଯିବ ଏବଂ ୮୬୦ କୋଟି ଟଙ୍କା ବ୍ୟୟରେ ଉତ୍ତରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, କେରଳ ଏବଂ ବିହାରରେ ୭ଟି ନୂତନ ସିଏଫଏସଏଲ୍ପ୍ର ତିଷ୍ଠା କରାଯିବ । ସେ କହିଛନ୍ତି ଯେ, ଗୃହମନ୍ତ୍ରଣାଳୟ ରାଜ୍ୟ ଗୁଡ଼ିକର ଫୋରେନ ସିକ୍ବିଜ୍ଞାନଭିତ୍ତିଭୂମିକୁ ସମର୍ଥନ କରିଛି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତିଯେ, ଫୋରେନ ସିକ୍କ୍ଷମତାର ଆଧୁନିକୀକରଣପାଇଁ ୨୦୮୦ କୋଟି ଟଙ୍କାର ଯୋଜନା ପ୍ରଣୟନ କରାଯାଉଛି ଏବଂ୨ ୦୦ କୋଟି ଟଙ୍କାବ୍ୟୟରେ ଏକ ଜାତୀୟ ଫୋରେନସିକ୍ଡାଟାସେଣ୍ଟର ପ୍ରତିଷ୍ଠା କରାଯିବ । ଅମିତ ଶାହ କହିଛନ୍ତି ଯେ, ଆମର ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନରେ ସ୍ୱାଧୀନତାର ଭାବନାକୁ ଯୋଡିଥିଲେ, କିନ୍ତୁ ଆମେ ଏହା କୁତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ବହୁତ ବିଳମ୍ବରେ କାମ ଆରମ୍ଭ କରିଛୁ । ସେ କହିଛନ୍ତି ଯେ ସବୁଠାରୁ ଗରିବ ବ୍ୟକ୍ତି ମଧ୍ୟ ଯେ ପରିମର୍ୟ୍ୟାଦାର ସହିତ ଏବଂ ବ୍ୟବସ୍ଥା ଉପରେ ବିଶ୍ୱାସ କରି ପୋଲିସଷ୍ଟେସନକୁ ଯାଇ ପାରିବେ ଏବଂ ଯଥାଶୀଘ୍ର ଆଇନ ଗତ ପ୍ରକ୍ରିୟା ମାଧ୍ୟମରେ ନ୍ୟାୟ ପାଇ ପାରିବେ ତାହା ନିଶ୍ଚିତ କରିବା ଆମର ଦାୟିତ୍ୱ ।

Leave A Reply

Your email address will not be published.