ରାଜ୍ୟ ସମବାୟ ସମିତିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୁକ୍ରବାର ଦିନ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତିରେ କାର୍ଯ୍ୟ କରୁଥିବା ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଏବଂ ଏନ୍ଏସିର କର୍ମକର୍ତ୍ତା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡିଏଏମ୍‌ କେଶବ ଚନ୍ଦ୍ର ଜାଲ ଏହି ବୈଠକକୁ ପରିଚାଳନା ଓ ପରିଚୟ ପ୍ରଦାନ କରିଥିଲେ । ବଲାଙ୍ଗିରରୁ ଆସିଥିବା ସିଇଓ ପ୍ରହଲ୍ଲାଦ ମେହେର ସୋସାଇଟିର ସମସ୍ତ କାର୍ଯ୍ୟ ଏବଂ କର୍ମଚାରୀ ପଦବୀ ଉପରେ ବିଷୟଗୁଡ଼ିକ କହିଥିଲେ । ବରଗଡରୁ ଡିଏମ୍‌ ଦିପକ ନନ୍ଦ ପିନ, ପାସ୍ ବୁକ ଓ ମାର୍ଟ କିପରି ଶୀଘ୍ର ହୋଇପାରିବ ସେ ବିଷୟରେ ଉପସ୍ଥାପନା କରିଥିଲେ । ପରିଶେଷରେ ବିଡିଓଙ୍କୁ ଅବଗତି ନିମନ୍ତେ ଭୁବନେଶ୍ୱରରୁ ଆସିଥିବା ପ୍ରମାଣ ପତ୍ର ପ୍ରଦାନ କରାଗଲା । ବ୍ରାଞ୍ଚ ମ୍ୟାନେଜର୍‌ ରହିମ ମେହେର, ସରୋଜ ପଟ୍ଟନାୟକ, ସହକାରୀ ବ୍ରାଞ୍ଚ ମ୍ୟାନେଜର୍‌ ହେମନ୍ତ ବରିହା, ବିରେନ୍ଦ୍ର ବେହେରା, ଅରୁଣ କୁମାର ଦାନି ଏବଂ ସମସ୍ତ ବ୍ଲକ ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.