oum

ପଞ୍ଚ ଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳାର ସମାବର୍ତ୍ତନ ଦିନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍‌ ହଲ୍‌ ଠାରେ ଚାଲିଥିବା ପଞ୍ଚ ଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳାର ସମାବର୍ତ୍ତନ ଦିବସରେ ଡ. ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । ଏହା ପରେ ସୁଶ୍ରୀ ମମତା ବରିହା ଛାତ୍ରୀମାନଙ୍କ ସହ ଏକ ରମଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । ସୁରେନ୍ଦ୍ର ସାହୁ ଓ ରମେଶ ଗୁର୍ଲା କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ନରେଶ ବେହେରା, ବିକ୍ରମ ପଧାନ କୁଞ୍ଜ ବିହାରୀ ସରାଫ ସହ ମାଧବ ସିଂହ ବରିହା ଅନେକ ଅଭିଭାବକ ଅଭିଭାବିକା ମଧ୍ୟ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସଂଚାଳନ କରିଥିଲେ । ନାଟ୍ୟକାର କେଶ ରଂଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.